ବୈଶିଙ୍ଗା :ମୟୁରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବୈଶିଙ୍ଗା ସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢୁଥିବା ନାବାଳକ ଛାତ୍ର ବେକରେ ଶାଢୀ ଲଗେଇ ଘର ସିଡି ବାଡାରେ ଝୁଲି ପଡି ଜୀବନ ହାରିଛନ୍ତି। ପ୍ରେମ ଜନିତ କାରଣରୁ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାଇ ଗଣ୍ଡର୍ଦା ଗ୍ରାମର ଜୟନ୍ତ ଗାଆଣ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ସେ ଗତ ୧୬ବର୍ଷ ହେଲା ବୈଶିଙ୍ଗା ଉପକଣ୍ଠ କେନ୍ଦୁଆ ଗ୍ରାମରେ ଏକ ଭଡ଼ା ଘରେ ନିଜ ପରିବାରକୁ ନେଇ ରହି ଆସୁଥିଲେ। ତାଙ୍କର ୨ପୁଅ ଥିବାବେଳେ ବଡ଼ ପୁଅ ଗଣେଶ ବୈଶିଙ୍ଗା ସ୍ଥିତ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ଥିଲେ।
ଆହୁରି ପଢ଼ନ୍ତୁ:Bribe through digital transformation: PhonePeରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ମାଡ଼ି ବସିଲା
ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସୋମବାର ଜୟନ୍ତ ନିଜ ସ୍ତ୍ରୀ ଓ ସାନ ପୁଅକୁ ନେଇ ବାରିପଦା ଯାଇଥିବାବେଳେ ଗଣେଶ ଏକୁଟିଆ ଘରେ ଥିଲେ। ପରେ ମଧ୍ୟାହ୍ନରେ ସେ ବାପାଙ୍କୁ ଫୋନ କରି କହିଥିଲେ କି ମୁଁ କମ୍ପୁଟର କ୍ଲାସ ଯାଉଛି।
ହେଲେ କେଇ ମିନିଟ ପରେ ଗଣେଶର ଜଣେ କଲେଜ ସାଙ୍ଗ ଜୟନ୍ତଙ୍କୁ ଫୋନ କରି କହିଥିଲେ କି ତାଙ୍କ ପୁଅ ବେକରେ ଶାଢୀ ଲଗେଇ ଘର ସିଡି ବାଡାରେ ଝୁଲି ପଡିଛନ୍ତି ଓ ଆମେ ତାକୁ ଖୋଲି ଦେଇ ବୈଶିଙ୍ଗା ଡାକ୍ତରଖାନା ନେଇ ଆସିଛୁ। ପରେ ଜୟନ୍ତ ସଙ୍ଗେ ସଙ୍ଗେ ବାରିପଦାରୁ ବାହାରି ଆସି ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚି ଜାଣିବାକୁ ପାଇଥିଲେ କି ତାଙ୍କ ପୁଅ ଆଉ ନାହିଁ।
ପୁଅର ମୃତ୍ୟୁ ଘଟଣା ଜାଣି ଘଟଣାସ୍ଥଳରେ ଅବାକ ହୋଇଯାଇଥିଲେ ବାପା ମାଆ ଦୁଇଜଣ। ପରେ ଖବର ବ୍ୟାପିବା ପରେ ସମଗ୍ର ଅଞ୍ଚଳର ଶତାଧିକ ଲୋକଙ୍କ ସମେତ ଗଣେଶର କଲେଜ ସାଙ୍ଗସାଥିଙ୍କର ଡାକ୍ତର ଖାନାରେ ଭିଡ଼ ଲାଗିଥିଲା ଓ ସମଗ୍ର ଡାକ୍ତରଖାନା ପରିବେଶ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା।
ଅନ୍ୟପଟେ ଗଣେଶର ସାଙ୍ଗଙ୍କ କହିବାନୁଯାଇ ସେ କଲେଜ ଯାଇ ନଥିବାରୁ ସେମାନେ ତାଙ୍କ ଘରକୁ ଖୋଜିବାକୁ ଆସିଥିଲେ। ତେବେ ଘର ସମ୍ମୁଖରେ ଗଣେଶର ଜୋତା ଥିବାବେଳେ ମୁଖ୍ୟ ଦ୍ୱାର ଭିତର ପଟୁ ବନ୍ଦ ଥିଲା, ହେଲେ ବାରମ୍ବାର ଡାକ ଦେବାପରେ ବି କେହି କବାଟ ଖୋଲି ନଥିଲେ।
ଆହୁରି ପଢ଼ନ୍ତୁ:Cartoon Corner: ଆସିଛି ବୋଲି ନିର୍ବାଚନ… ଏବେ ଜନତା ହିଁ ଜନାର୍ଦ୍ଦନ, ତାପରେ ତୁ କିଏନା ମୁଁ କିଏ…?
ପରେ ସେମାନେ ଘର ପଛପଟ ଦ୍ୱାର ଦେଇ ଭିତରକୁ ପଶି ଦେଖିବାକୁ ପାଇଥିଲେ କି ଗଣେଶ ବେକରେ ଶାଢୀ ଲଗେଇ ସିଡି ବାଡାରେ ଝୁଲୁଛି। ସେମାନେ ତୁରନ୍ତ ଗଣେଶ ବେକରୁ ଶାଢୀ ଖୋଲି ବାଇକ ଯୋଗେ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ। କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରିଥିବାବେଳେ ସୋମବାର ସନ୍ଧ୍ୟା ହୋଇଯାଇଥିବାରୁ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କାରାଯିବା ନେଇ ସୂଚନା ଦେଇଛନ୍ତି।
ଜୀବନ ହାରିବା ପୂର୍ବରୁ ଜଣେ ଝିଅଙ୍କ ସହିତ ଭିଡିଓ କଲ୍ କରିଥିଲେ
ଅପରପକ୍ଷରେ ଗଣେଶର ପରିବାର ତାଙ୍କ ପୁଅ ପ୍ରେମଜନିତ କାରଣରୁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁଯାଇ ମୃତ୍ୟୁ ପୁର୍ବରୁ ସେ ବାଲେଶ୍ୱର ଅଞ୍ଚଳର ଜଣେ ଝିଅ ସହିତ ମୋବାଇଲେ ବାରମ୍ବାର କଲ୍ ଓ ଭିଡିଓ କଲ୍ କରି କଥା ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/03/students-lost-life-for-love-hung-themselves-with-a-saree-around-at-necks-2025-11-03-19-04-56.jpg)