ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜୟନ୍ତଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ମାରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ବିଦ୍ୟାଳୟର ଇ˚ରାଜୀ ଶିକ୍ଷୟତ୍ରୀ ଜବାପୁରବୀ ନଗେଶଙ୍କ ଖରାପ ବ୍ୟବହାରକୁ ବିରୋଧ କରି ଛାତ୍ରଛାତ୍ରୀ ଆଜି ଆନ୍ଦୋଳନରେ ବସିଥିଲେ। ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର ଦେଉଥିବା ଇ˚ରାଜୀ ଶିକ୍ଷୟତ୍ରୀ ୧୧ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଠିକରେ ଇ˚ରାଜୀ ଶିକ୍ଷା ଦାନ କରି ପାରୁନାହାନ୍ତି। ସଠିକ ପଢାଇବା ପାଇଁ କହିଲେ ଛାତ୍ରଛାତ୍ରୀମାନଙ୍କୁ ଦୁଃବ୍ୟବହାର କରିବା ସହ ଯେମିତି ପଢ଼ାହେଉଛି ସେମିତି ହେବ। ଯାହାକୁ ଇଚ୍ଛା ଅଛି ଏଠାରେ ପଢ଼ି ନଚେତ ଟିସି ନେଇ ଚାଲିଯାଅ ବୋଲି କହୁଛନ୍ତି।
ଏହି ଖବର ପଢ଼ନ୍ତୁ: ବର୍ଷ ଶେଷକୁ ମୁଁ ଏ ଦୁନିଆରେ ନଥିବି
ଇ˚ରାଜୀ ଶିକ୍ଷୟିତ୍ରୀ ଏମିତିକି ୧୧ ଶ୍ରେଣୀର ଅଧ୍ୟୟନ ୧୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ଜଣ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରୁ ବାହାର କରିଦେଇଛନ୍ତି। ପୂର୍ବରୁ ଘଟଣା ସ˚ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଏବ˚ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏହି ଖବର ପଢ଼ନ୍ତୁ: ୨୦୨୬ରେ ମାଟିରେ ମିଶିବ କି ଆଇଫେଲ୍ ଟାୱାର ?
ପ୍ରଶାସନ କିଛି ନଶୁଣିବାରୁ ଆଜି ୧୧ଶ୍ରେଣୀର ଛାତ୍ରଛାତ୍ରୀ ଓ ଅବିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଯାହା ଫଳରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ଭିତରକୁ ପ୍ରବେଶ କରିପାରିନଥିଲେ। ଅଧ୍ୟକ୍ଷ ରୋହିତ ସେଠୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଇ˚ରାଜୀ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/16/student-strike-2025-10-16-20-15-38.jpg)