ସୀମାନ୍ତ ନୂଆକୁଶ ଗ୍ରାମର ଦୁଃଖ: ବିପଦପୂର୍ଣ୍ଣ ଅବସ୍ଥାରେ ୨କିମି ସ୍କୁଲ ଓ ଅଙ୍ଗନବାଡ଼ି ଯାଆନ୍ତି ଛାତ୍ରଛାତ୍ରୀ

Advertisment

ଗ୍ରାମର ୪୦ରୁ ଊର୍ଦ୍ଧ୍ବ ପିଲାଙ୍କୁ ପାଠ ପଢାଉଛନ୍ତି ଗ୍ରାମର ପାଠୁଆ ଯୁବକ

ଗ୍ରାମର ୪୦ରୁ ଊର୍ଦ୍ଧ୍ବ ପିଲାଙ୍କୁ ପାଠ ପଢାଉଛନ୍ତି ଗ୍ରାମର ପାଠୁଆ ଯୁବକ

ସୀମାନ୍ତ ନୂଆକୁଶ ଗ୍ରାମର ଦୁଃଖ: ବିପଦପୂର୍ଣ୍ଣ ଅବସ୍ଥାରେ ୨କିମି ସ୍କୁଲ ଓ ଅଙ୍ଗନବାଡ଼ି ଯାଆନ୍ତି ଛାତ୍ରଛାତ୍ରୀ

ରାୟଗଡ଼ା: ରାୟଗଡା ଜିଲ୍ଲାକୁ ଆନ୍ଧ୍ରପ୍ରଦେଶ ଲାଗି ରହିଛି। ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବା ଗ୍ରାମରେ ରହିଛି ଅସରନ୍ତି ଦୁଃଖ। କେଉଁଠି ରାସ୍ତା ନାହିଁ ତ ଆଉ କେଉଁଠି ସ୍କୁଲ ଓ ଅଙ୍ଗନବାଡି ନାହିଁ। ଆଉ କେଉଁଠି ପାନୀୟ ଜଳର ଘୋର ଅଭାବ। ଏଭଳି ଏକ ଗ୍ରାମ ହେଉଛି ସଦର ବ୍ଲକର ହାଟ ଶେଷଖାଲ ପଞ୍ଚାୟତର ନୂଆକୂଶ ଗ୍ରାମ। ଏହି ଗ୍ରାମରେ ୬୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ୪୦୦ ଲୋକ ରହିଛନ୍ତି। ସେହିପରି ଗାଁରେ ୪୦ରୁ ଊର୍ଦ୍ଧ୍ବ ପିଲା ମଧ୍ୟ ରହିଛନ୍ତି। ଗାଁରେ ସ୍କୁଲ ନଥିବାରୁ ପ୍ରାୟ ୨ କିଲୋମିଟର କୁଶ ଗ୍ରାମକୁ ଯିବାକୁ ପଡୁଛି। ତେବେ କୁଶ ଗ୍ରାମକୁ ଯିବାକୁ ହେଲେ ଆନ୍ଧ୍ର-ଓଡିଶା ମୁଖ୍ୟ ରାସ୍ତା ଦେଇ ପ୍ରାୟ ୨ କିଲୋମିଟର ଯିବାକୁ ପଡୁଛଇ, ଯାହାକି ବିପଦପୂର୍ଣ୍ଣ ଅଟେ। ଏହି ରାସ୍ତାରେ ପ୍ରତି ମିନଟରେ ଶହ ଶହ ଗାଡ଼ି ଯାତାୟତ କରିଥାଏ।

ତେବେ ପିଲାମାନେ ପ୍ରତିଦିନ ଏହି ରାସ୍ତା ଉପରେ ଚାଲି ଚାଲି ଯିବା ବେଳେ କୌଣସି ଅଘଟଣ ଘଟିବା ସମ୍ଭାବନା ରହିଛି। ତେଣୁ ପ୍ରାୟତଃ ପିଲା ସ୍କୁଲ ଯାଇପାରନ୍ତି ନାହିଁ। ପୁଣି ଅନ୍ୟ ଏକ ରାସ୍ତା ଦେଇ ମଧ୍ୟ ସ୍କୁଲକୁ ଯିବାକୁ ଥିବା ବେଳେ ସେହି ରାସ୍ତା ମଧ୍ୟ ବିପଦପୂର୍ଣ୍ଣ ରହିଛି। ଦ୍ବିତୀୟ ରାସ୍ତାରେ ଜଂଗଲ,ଶ୍ମଶାନ ଏବଂ କେନାଲ ପଡୁଛି। ଏହା ବିପଦପୂର୍ଣ୍ଣ ରହିଥିବାରୁ ପିତାମାତା ମଧ୍ୟ ପିଲାଙ୍କୁ ସ୍କୁଲ ଛାଡିବାକୁ ଅମଙ୍ଗ ହେଉଛନ୍ତି। ସେହିପରି ଗ୍ରାମରେ ଅଙ୍ଗନବାଡି ନଥିବାରୁ କୁଶ ଗ୍ରାମରେ ଥିବା ଅଙ୍ଗନବାଡିକୁ ଯିବା କଷ୍ଟକର। ଏତେ ଛୋଟ ଛୋଟ ପିଲାଙ୍କୁ ପ୍ରତିଦିନ ଦୁଇ କିଲୋମିଟର ନେବା ଆଣିବା ବାପା ମାଆଙ୍କୁ କଷ୍ଟକର ହେଉଥିବାରୁ ଅଂଗନବାଡିରୁ ମିଳୁଥିବା ଖାଦ୍ୟ ଓ ଶିକ୍ଷାରୁ ନୂଆକୁଶ ଗ୍ରାମର ପିଲା ବଂଚିତ ହେଉଛନ୍ତି।

publive-image

ଗ୍ରାମର ପିଲାମାନେ ସ୍କୁଲ ଓ ଅଂଗନବାଡି କେନ୍ଦ୍ର ଯାଇପାରୁନଥିବାରୁ ଗ୍ରାମର ଯୁବକ ମନମଥ କାଡ୍ରାକା ସମସ୍ତ ପିଲାଙ୍କୁ ଏକତ୍ର କରି ଗ୍ରାମରେ ଥିବା କମ୍ୟୁନିଟି ହଲରେ ପ୍ରତିଦିନ ସକାଳ ଏବଂ ସଂଧ୍ୟାରେ ପାଠ ପଢାଉଛନ୍ତି। ମନମଥ ଉକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ପିଲାମାନେ ସ୍କୁଲ ଯାଇପାରୁନଥିବାରୁ ଅପାଠୁଆ ହେଉଥିବାରୁ ନିଜେ ଏମାନଙ୍କୁ ପାଠ ପଢାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ସମସ୍ୟା ସଂପର୍କରେ ଅଂକୁର ଫାଉଣ୍ଡସେନ ଜାଣିବା ପରେ ଏହି ଗ୍ରାମର ପିଲାଙ୍କୁ ପାଠ ପଢିବା ପାଇଁ ବହି, ଖାତା, ପେନ, ପେନସିଲ, ବ୍ୟାଗ ସମେତ ବିଦ୍ୟାଳୟର ସମସ୍ତ ସାମଗ୍ରୀ ପ୍ରଦାନ କରିଛନ୍ତି ବୋଲି ମନମଥ କାଡ୍ରାକା ପ୍ରକାଶ କରିଛନ୍ତି, ଯାହାଫଳରେ ସେ ନିଜେ କୌଣସି ପାରିଶ୍ରମିକ ନନେଇ ପିଲାଙ୍କୁ ପାଠ ପଢାଇବାରେ ସମର୍ଥ ହୋଇପାରୁଛନ୍ତି। ସେ ଗରିବ ହୋଇଥିବାରୁ ଏସବୁ ଜିନିଷ ପିଲାଙ୍କୁ ଯୋଗାଇବା କଷ୍ଟକର।

ତେବେ ଅଙ୍କୁର ଫାଉଣ୍ଡେସନର ସଂପାଦିକା ଏବଂ ତାଂକର ସହକର୍ମୀ ପ୍ରତିମାସରେ ଏଠାକୁ ଆସି ପିଲାଙ୍କ ଭଲମନ୍ଦ ବୁଝଛନ୍ତି। ଗ୍ରାମବାସୀ ନୂଆକୁଶ ଗ୍ରାମରେ ଗୋଟିଏ ସ୍କୁଲ ଓ ଅଂଗନବାଡି କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି। ପ୍ରତିଦିନ ଦୁଇ କିଲୋମିଟର ବିପଦପୂର୍ଣ୍ଣ ଭାବେ ପିଲାଙ୍କୁ ନେଇ ସ୍କୁଲ ଛାଡିବା କଷ୍ଟ ହେଉଥିବା ଯୋଗୁଁ ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହେଉଛନ୍ତି। ପୁଣି ସବୁଠାରୁ ବଡ ସମସ୍ୟା ହେଲା ସୀମାନ୍ତ ଆନ୍ଧ୍ରକୁ ଗ୍ରାମ ଲାଗି ରହିଥିବାରୁ ଗ୍ରାମରେ ଲୋକେ ପ୍ରାୟତଃ ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା ହୋଇଥାନ୍ତି।ତେଣୁ ପିଲାମାନେ ମଧ୍ୟ ନିଜର ମାତୃଭାଷା ତେଲୁଗୁ ବୋଲି ଭାବି ନେଇଛନ୍ତି।ଓଡିଆ ପଢିବା ସେମାନଙ୍କ ପାଇଁ କଷ୍ଟ ହେଉଥିବା ଦେଖିବାକୁ ମିଳିଛି।ସ୍ବେଚ୍ଛାସେବୀ ମନମଥ ମଧ୍ୟ ସ୍ବୀକାର କରିଛନ୍ତି ଯେ ପିଲାମାନେ ଓଡିଆ ବଦଳେ ତେଲୁଗୁ ପାଠ ପଢିବାକୁ ଭଲ ପାଆନ୍ତି ଏବଂ ଓଡ଼ିଆ ପାଠକୁ ଜବରଦସ୍ତ ପଢୁଛନ୍ତି। ଗ୍ରାମରେ ସ୍କୁଲ ହେଲେ ହୁଏତ ପିଲାମାନେ ପ୍ରତିଦିନ ସ୍କୁଲ ଯାଇ ଓଡିଆ ପାଠ ପଢିପାରନ୍ତେ ବୋଲି କୁହାଯଆଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe