ଉଚ୍ଚମାଧ୍ୟମିକ ବୋର୍ଡ ପରୀକ୍ଷା ବାତିଲ ଦାବି, ନୋଡାଲ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ

Advertisment
ଉଚ୍ଚମାଧ୍ୟମିକ ବୋର୍ଡ ପରୀକ୍ଷା ବାତିଲ ଦାବି, ନୋଡାଲ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ଉଚ୍ଚମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ବାତିଲ ଦାବିରେ ନୋଡାଲ କେନ୍ଦ୍ର ବୌଦ୍ଧ ପଞ୍ଚାୟତ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ଅନ୍‌ଲାଇନରେ ଠିକ ଭାବରେ ପାଠପଢ଼ା ହୋଇ ପାରୁନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଚଳିତ ଶିକ୍ଷା ବର୍ଷର ଶତକଡ଼ା ୭୦ ଭାଗ ପାଠ ଶେଷ ହୋଇ ପାରିନାହିଁ। ପାଞ୍ଚ ମାସ ମଧ୍ୟରେ ମାତ୍ର ଗୋଟିଏ ତ୍ରୟମାସିକ ‌ପରୀକ୍ଷା ହୋଇଛି। ରାଜ୍ୟ ସରକାର ମାର୍ଚ୍ଚ ମାସରେ ଅଫ୍‌ଲାଇନରେ ବୋର୍ଡ ପରୀକ୍ଷା କରିବା ଯୋଜନା କରୁଥିବା ବେଳେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। ତ୍ରୟମାସିକ ପରୀକ୍ଷାର ନମ୍ବର ଆଧାରରେ ବୋର୍ଡ ପରୀକ୍ଷାର ନମ୍ବର ଦେବାକୁ ଦାବି କରିଛନ୍ତି। ଦାବି ବିଷୟରେ ସରକାର ପୁନର୍ବିଚାର ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe