କରୋନା କାଳରେ ହରିଲୁଟ୍‌...: ପିଲାଙ୍କ ୨୦୦ କୁଇଣ୍ଟାଲ୍‌ ଚାଉଳ ଖାଇଗଲେ!

Advertisment
ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା: ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ

The Asian Age

ରାଜକନିକା : କରୋନା କାଳରେ ପିଲାଙ୍କ ପାଇଁ ସରକାର ଚାଉଳ ଯୋଗାଇ ଦେଇଥିଲେ। ଘରେ ଘରେ ବୁଲି ପିଲାଙ୍କୁ ଏହି ଚାଉଳ ଯୋଗାଇଦେବାକୁ ନିର୍ଦ୍ଦେଶ ରହିଥିଲା। ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକ୍‌ର ଛାତ୍ରଛାତ୍ରୀଙ୍କୁ ଏହି ଚାଉଳ ମିଳିନାହିଁ। ପ୍ରାୟ ୨୨୮ କୁଇଣ୍ଟାଲ୍‌ ଚାଉଳ ପିଲାଙ୍କୁ ନ ବାଣ୍ଟି ହରିଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ୭ ଲକ୍ଷ ଟଙ୍କା ମୂଲ୍ୟର ଏହି ଚାଉଳ ପିଲାଙ୍କୁ ବଣ୍ଟାଯାଇଛି ବୋଲି କାଗଜକଲମରେ ଦର୍ଶାଇ ବିଭାଗୀୟ ଅଧିକାରୀମ‌ାନେ ବସିପଡ଼ିଛନ୍ତି।

ସୂଚନା ଅନୁସାରେ, ୨୦୨୦ରେ ମହାମାରୀ କରୋନା ସମୟରେ ସ୍କୁଲଗୁଡିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ଦ୍ୱାରା ପିଲାଙ୍କୁ ଚାଉଳ ବଣ୍ଟନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା l ଯୋଗାଣ ବିଭାଗ ପକ୍ଷରୁ ଡିଲରମାନଙ୍କୁ ଚାଉଳ ବଣ୍ଟନର ଦାୟିତ୍ୱ ଦିଆଯାଇଥିଲା l ପ୍ରଥମ ପର୍ଯ୍ୟାୟରେ ୯୦ ଦିନ ଲାଗି ଚାଉଳ ବଣ୍ଟନ କରାଯାଇଥିଲା। ପ୍ରଥମରୁ ୫ମ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତିଦିନ ଶହେ ଗ୍ରାମ ଓ ୬ଷ୍ଠରୁ ୮ମ ପିଲାମାନଙ୍କ ଲାଗି ୧୫୦ଗ୍ରାମ ଚାଉଳ ଦିଆଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୫୭ ଦିନ ଲାଗି ଛାତ୍ରଛାତ୍ରୀଙ୍କୁ ମାଗଣା ଚାଉଳ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ଅନ୍ୟପଟେ କିଛିପିଲାଙ୍କୁ ବିଦ୍ୟାଳୟରେ ଗଚ୍ଛିତ ଥିବା ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଚାଉଳ ନିଅଣ୍ଟ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ବିଭାଗକୁ ଚିଠି ଲେଖି ଅବଗତ କରାଇଥିଲେ। ତଦନୁଯାୟୀ, ୧୧୧ସ୍କୁଲ ପାଇଁ ୨୨୮ କୁଇଣ୍ଟାଲ ୩୮ କେଜି ୪୨୦ଗ୍ରାମ ଚାଉଳ ଯୋଗାଣ ବିଭାଗକୁ ଯୋଗାଇ ଦିଆଯାଇଥିଲା। ଏହି ଚାଉଳ ଡିଲର୍‌ମାନେ ସ୍କୁଲରୁ ଟୋକନ୍‌ ନେଇ ୧୪ ଜୁନ୍‌ ୨୦୨୦ରୁ ୩୧ ଅଗଷ୍ଟ ୨୦୨୦ ତାରିଖ ଭିତରେ ଛାତ୍ରଛାତ୍ରୀଙ୍କୁ ଏହି ଚାଉଳ ବଣ୍ଟନ କରିବା କଥା। ହେଲେ, ଏହି ଦୁଇବର୍ଷ ହେବ ଚାଉଳ ବଣ୍ଟାଯାଇ ନ ଥିବା ଅଭିଯୋଗ ହେଉଛି।

ରାଜକନିକା ବ୍ଲକ୍‌ର କେତେକ ସ୍କୁଲର ପ୍ରଧାନଶିକ୍ଷକ ଓ ସିଆର୍‌ସିସି ନିଜ ନାମ ଗୋପନ ରଖି କହିଛନ୍ତି ଯେ, ମାତ୍ର ହାତ ଗଣତି କେତେକ ସ୍କୁଲରେ ଏହି ଚାଉଳ ବଣ୍ଟନ କରାଯାଇଛି। ହେଲେ, ସେମାନଙ୍କ କ୍ଲଷ୍ଟରରେ ଥିବା କୌଣସି ସ୍କୁଲରେ ଏହି ଚାଉଳ ବଣ୍ଟନ କରାଯାଇନାହିଁ କି ସ୍କୁଲରୁ ଟୋକନ ନିଆଯାଇନାହିଁ l ଏଥିଲାଗି ବହୁବାର ଅଭିଯୋଗ ମଧ୍ୟ୍ୟ ହୋଇଛି l ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ। ଛାତ୍ରଛାତ୍ରୀଙ୍କୁ ଚାଉଳ ବଣ୍ଟନ ନ କରାଯାଇ ଏହି ଚାଉଳକୁ ବିଭାଗୀୟ ଅଧିକାରୀମାନେ ଲୁଟି ନେଇଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe