ବର୍ଷାଦିନେ ପାଠପଢା ପାଇଁ ଜୀବନ ବାଜି : ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି ସତ୍ତ୍ୱେ ନାଳ ଉପରେ ହେଉନି ସେତୁ, ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ

Advertisment
ବର୍ଷାଦିନେ ପାଠପଢା ପାଇଁ ଜୀବନ ବାଜି : ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି ସତ୍ତ୍ୱେ ନାଳ ଉପରେ ହେଉନି ସେତୁ, ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ

ଦଶପଲ୍ଲା : ଖରସ୍ରୋତା ନାଳ ପାରି ହେଲେ ବିଦ୍ୟାଳୟ। ବର୍ଷାଦିନେ ଜୀବନକୁ ପାଣି ଛଡ଼ାଇ ନଦୀର ପ୍ରଖର ସ୍ରୋତକୁ କାଟି ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିଥାନ୍ତି। ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଦାବି ସତ୍ତ୍ବେ ଏହି ନାଳ ଉପରେ ଏକ ସେତୁ ନିର୍ମାଣ କରାଯାଇ ପାରୁନାହିଁ। ଫଳରେ ଦୁର୍ଦଶା ଭୋଗୁଛନ୍ତି କୋମଳମତି ଛାତ୍ରଛାତ୍ରୀ।

publive-image

ଦଶପଲ୍ଲା ବ୍ଲକ୍‌ରେ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ରହିଛି ଭୋଗବାଡି ଆଶ୍ରମ ବିଦ୍ୟାଳୟ। ଏଠାକୁ ପାଠ ପଢିବା ପାଇଁ ଦୈନିକ ଭୋଗବାଡ଼ି ସମେତ ଆଖପାଖ ଗ୍ରାମର ଛାତ୍ରଛାତ୍ରୀମାନେ ଆସିଥାନ୍ତି। କିନ୍ତୁ ସେମାନଙ୍କ ବାଟ ଓଗାଳୁଛି କୁଆଁରିଆ ନାଳ। ବିଦ୍ୟାଳୟକୁ ଯିବା ପାଇଁ ଅନ୍ୟ କୈାଣସି ଉପାୟ ନ ଥିବାରୁ ବାଧ୍ୟହୋଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଖରସ୍ରୋତା ନାଳ ଅତିକ୍ରମ କରିବାକୁ ପଡିଥାଏ। ଏଠାରେ ଏକ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଶୀତ ଏବଂ ଖରାଦିନେ ନାଳରେ ପାଣି କମ୍ ରହୁଥିବାରୁ ଏଥିରେ ପଶି ଯିବାକୁ ଅସୁବିଧା ହୁଏ ନାହିଁ। କିନ୍ତୁ ବର୍ଷାଦିନ ଆସିଲେ ଏହି ନାଳ ପାର ହେବାକୁ ଜୀବନକୁ ବାଜି ଲଗାଇବାକୁ ପଡ଼େ ବୋଲି କିଛି ଅଭିଭାବକ କହିଛନ୍ତି। ନଦୀରେ ଜଳସ୍ତର ଅତ୍ୟଧିକ ରହିଲେ ସ୍କୁଲ୍‌ ଯିବା ବନ୍ଦ କରିବାକୁ ଛାତ୍ରଛାତ୍ରୀ ବାଧ୍ୟ ହୁଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe