ଦେଶ ମାତୃକାର ସେବା କରିବାକୁ ଯବାନ ହେବାକୁ ଆହ୍ବାନ: ବିଏସ୍‌ଏଫ୍‌ କମାଣ୍ଡର

Advertisment

ବିଏସଏଫର ‘ଡଗ୍ ସୋ’

ବିଏସଏଫର ‘ଡଗ୍ ସୋ’

ଦେଶ ମାତୃକାର ସେବା କରିବାକୁ ଯବାନ ହେବାକୁ ଆହ୍ବାନ: ବିଏସ୍‌ଏଫ୍‌ କମାଣ୍ଡର

ଜୟପୁର: ଦେଶ ମାତୃକାର ସେବା କରିବା ପାଇଁ ସୀମା ସୁରକ୍ଷା ବଳ (ବିଏସ୍ଏଫ)ର ଅବଦାନ ଅତୁଳନୀୟ। ଯବାନଙ୍କ ସହ ଦେଶର ସେବା କରିବା ପାଇଁ ବେଲଜିଆନ୍ ସିଫି୍ୟାର୍ଡ, ଜର୍ମାନ ସିଫିୟାର୍ଡ, ଲାବ୍ରାଡୋର ରେଟ୍ରିଭର ଆଦି ବି ବିଏସଏଫରେ ସାମିଲ୍ କରାଯାଉଛି। ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ବିଏସଏଫ୍ ପକ୍ଷରୁ ଆୟୋଜିତ ‘ଡଗ୍ ସୋ’ରେ ବିଏସଏଫ୍ କମାଣ୍ଡାଣ୍ଟ ସଜ୍ନନ ସିଂ ପନୱାର ଏହା କହିଛନ୍ତି। ସ୍ଥାନୀୟ ହାତୀଶାଳସ୍ଥ ସେଣ୍ଟ ଜାଭିୟର ଇଂରାଜୀ ମାଧ୍ୟମିକ ହାଇସ୍କୁଲ ପରିସରରେ କମାଣ୍ଡଣ୍ଟ ଶ୍ରୀ ସିଂ  କହିଛନ୍ତି, ଏହି କୁକୁରମାନେ ବିଭିନ୍ନ ବିସ୍ପୋରକ, ନିଶା ସାମଗ୍ରୀ ସହ ଅପରେସନରେ ସହଯୋଗ କରି ଆସୁଛନ୍ତି। ଏମାନଙ୍କୁ ମଧ୍ୟପ୍ରଦେଶର ଟିକାନପୁରରେ ଥିବା ନ୍ୟାସନାଲ ଟ୍ରେନିଂ ସେଣ୍ଟର ଫୋର ଡଗସରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଉଛି।

publive-image

ଶ୍ରୀ ସିଂହ ଛାତ୍ରଛାତ୍ରୀମାନେ ଦେଶ ମାତୃକାର ସେବା କରିବା ସୁଯୋଗକୁ ହାତ ଛଡ଼ା ନ କରି ସାମିଲ ହେବାକୁ ଆହ୍ବାନ କରିଥିଲେ। କିଭଳି କଠିନ ପରିସ୍ଥିତିରେ ବି ବିଏସଏଫ୍ ଯବାନମାନେ ମାତୃଭୂମିର ସୁରକ୍ଷାରେ ନିଜର ପ୍ରାଣବଳୀ ଦେଇ କାମ କରୁଛନ୍ତି ସେ ସଂପର୍କରେ ସୂଚନା ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯବାନ ହେବାକୁ ପରାମର୍ଶ ଦେଇଥିଲେ।

ଆଜି ‘ଡଗ୍ ସୋ’ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସ୍କୁଲର ପରିଚାଳନା ନିର୍ଦେଶକ ଜି.ଏସ୍ ପଟ୍ଟନାୟକ, ସରକାରୀ ଆଇନଜୀବୀ ବିଷ୍ଣୁ ପ୍ରସାଦ ପାତ୍ର, ବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ସହ ବିଏସଏଫ ଯବାନ, ଶିକ୍ଷକ, ଶିକ୍ଷୟତ୍ରୀ, ୮ମ, ୯ମ ଓ ଦଶମର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe