Students study outside to protest teacher's actions
ଦେଓଗାଁ: ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବଦଳରେ ଶିକ୍ଷକ ନିଜ ବ୍ୟକ୍ତି ଗତ କାର୍ଯ୍ୟରେ ଲଗାଉଥିବାରୁ ଏହାକୁ ବିରୋଧ କରି ଗାଁ ଲୋକେ ଆନ୍ଦୋଳନ କରିବାରୁ ଗାଁ ଭିତରେ ଥିବା ପ୍ରହରୀ ମଣ୍ଡପରେ ଛାତ୍ରଛାତ୍ରୀ ପାଠ ପଢିବା ଘଟଣା ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତର ବ୍ରାହ୍ମଣୀ ପଲା ଗାଁରେ।
ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଏକ ସ୍କୁଲରୁ ଡେପୁଟେସନରେ ଆସିଥିବା ଅସିତ ଷଡ଼ଙ୍ଗୀ ପାଠ ପଢ଼ାଇବା ସମୟରେ ପିଲାଙ୍କୁ ନିଜର ଦେହ ମାଲିସ୍ କରାଇବା ଭଳି କାମ କରାଉଛନ୍ତି ବୋଲି ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କ ସହ ଗାଁ ଲୋକେ ଅଭିଯୋଗ କରିଥିଲେ।
ସୋମବାର ଗାଁ ଲୋକ ଏକତ୍ରିତ ହୋଇ ଶିକ୍ଷକଙ୍କୁ ଘେରାଉ କରି ସ୍କୁଲ ପରିସରରେ ନାରାବାଜି କରିଥିଲେ। ଏହାର ସମାଧାନ କରିବା ପରେ ପ୍ରହରୀ ମଣ୍ଡପରେ ପଢୁଥିବା ଛାତ୍ରଛାତ୍ରୀ ସ୍କୁଲ ଭିତରକୁ ଯାଇ ପାଠ ପଢିଥିଲେ।
ଏହାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ମାଝୀଙ୍କୁ ପଚାରିବାରୁ ଜଣେ ଶିକ୍ଷକଙ୍କୁ ଲୋକେ ବିରୋଧ କରୁଥିଲେ। ତେବେ ସିଆରସିସି ଆସି ଏହାର ସମାଧାନ କରିଛନ୍ତି ବୋଲି କହିଛନ୍ତି।
Follow Us