ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଗଛମୂଳେ ପାଠପଢ଼ା

ମଧ୍ୟାହ୍ନ ଭୋଜନରେ ଛେଳି-ଛାତ୍ରଛାତ୍ରୀ ଏକାଠି

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଗଛମୂଳେ ପାଠପଢ଼ା

କେନ୍ଦୁଝର : ପାଠ ପଢ଼ିବାକୁ ଘର ନାହିଁ। ନିୟମିତ ଗଛ ମୂଳେ ବସି ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଖରାଦିନ କୌଣସି ପ୍ରକାରେ ଚଳିଯାଉଛି, କିନ୍ତୁ ବର୍ଷା ଏବଂ ଶୀତଦିନେ ପଢ଼ା ବନ୍ଦ। ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ସଦର ବ୍ଲକ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏମିତି।

publive-imageଏଠାରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପାଖାପାଖି ୨୫୦ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏମାନଙ୍କ ପାଇଁ ରହିଛି ମାତ୍ର ଗୋଟିଏ ଶ୍ରେଣୀ ଗୃହ। ତେଣୁ ପ୍ରଥମରୁ ୫ମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରସ୍ଥିତ ଏକ ଗଛମୂଳେ ବସି ପାଠ ପଢ଼ନ୍ତି। ବର୍ଷା ଏବଂ ଶୀତରେ ସ୍କୁଲ୍‌ ଛୁଟି କରି ଦିଆଯାଏ। ସବୁଠୁ ଦୁର୍ଭାଗ୍ୟଜନକ କଥା ହେଉଛି, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ସ୍ଥାନ ନଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ବସି ଖାଆନ୍ତି। ଫଳରେ ସେଠାରେ ବୁଲୁଥିବା ଛେଳି, କୁକୁର, କୁକୁଡ଼ା, ବତକ ଆଦି ଛାତ୍ରଛାତ୍ରୀଙ୍କ ଖାଇବା ଥାଳିରେ ମୁହଁ ମାରିଥାନ୍ତି।
ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ସଂପର୍କରେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe