ଭୁଲ୍‌ ଖବର ଶୁଣି ୨ ଛାତ୍ରୀଙ୍କ ଆତ୍ମହତ୍ୟା, ପାସ୍‌ ହୋଇ ବି ମିଳିଲା ଫେଲ୍‌ ଖବର

Advertisment
ଛାତ୍ରୀନିବାସରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

Representation image

ପରୀକ୍ଷାରେ ଫେଲ୍ ହେବାରୁ ବିଷ ପିଇଦେଲେ ଛାତ୍ରୀ
ଦ୍ବିତୀୟ ଥର ଫେଲ୍‌ ହେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ବାସୁ‌ଦେବପୁର/ପଟ୍ଟାମୁଣ୍ଡାଇ : ଭୁଲ୍‌ ଖବର ଯୋଗୁ ଆଜି ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨ ଜଣ ଛାତ୍ରୀ ପ୍ରାଣ ହରାଇଛନ୍ତି। ପ୍ରଥମେ ପରୀକ୍ଷାରେ ଫେଲ୍‌ ହୋଇଛନ୍ତି ବୋଲି ଖବର ମିଳିଥିଲା। ଏଥିରେ ଭାଙ୍ଗିପଡ଼ି ଜଣେ ବିଷ ପିଇ ଦେଇଥିବାବେଳେ ଅନ୍ୟଜଣେ ବେକରେ ଦଉଡ଼ି ଦେଇଥିଲେ। ପରେ ଯେତେବେଳେ ପାସ୍‌ ହୋଇଥିବାର ଜଣାପଡ଼ିଲା, ସେତେବେଳକୁ ଦୁହେଁ ଦୁନିଆରେ ନଥିଲେ। ଭଦ୍ରକର ବାସୁଦେବପୁର ଓ କେନ୍ଦ୍ରାପଡ଼ା‌ର ପଟ୍ଟାମୁଣ୍ଡାଇରେ ଘଟିଥିବା ଏହି ଘଟଣା ପରିବାରରେ, ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ତେବେ, ଭୁଲ୍‌ ଖବର କିଭଳି ଭୟଙ୍କର ହୋଇପାରେ ଏହି ଦୁଇଟି ଘଟଣା ଏହାର ଉଦାହରଣ ପାଲଟିଛି।

ମୃତ ୨ ଛାତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗ ପଞ୍ଚାୟତ ହାଇସ୍କୁଲର ରାଣୀସ୍ମିତା ମହାଳିକ (୧୫)। ବାସୁଦେବପୁର ବ୍ଲକ ହାଟପୋଖଆରି ସାହିର ଅର୍ଜୁନ ମହାଳିକଙ୍କ ଝିଅ ରାଣୀସ୍ମିତା ଏବର୍ଷ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ। ଆଜି ପରୀକ୍ଷା ଫଳ ବାହାରିଲାବେଳେ କେହି ଜଣେ ସାଙ୍ଗ ସେ ଫେଲ୍‌ ହୋଇଯାଇଛି ବୋଲି କହିଥିଲେ। ରେଜଲ୍ଟ ଖରାପ ହୋଇଛି ବୋଲି ଜାଣିବା ପରେ ରାଣୀସ୍ମିତା ମାନସିକ ଭାରସାମ୍ୟ ହରାଇ ଘରେ ରଖାଯାଇଥିବା ବିଷ (କୀଟନାଶକ) ପିଇ ଦେଇଥିଲେ। ପରେ ଜଣାପଡ଼ିଥିଲା ସେ ପାସ୍ କରିଛନ୍ତି, କିନ୍ତୁ କମ୍‌ ନମ୍ବର ରହିଛି। କିନ୍ତୁ ସେତେବେଳକୁ ରାଣୀସ୍ମିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସେହିଭଳି, ପଟ୍ଟାମୁଣ୍ଡାଇ ପୌର ପରିଷଦ ବାଲିପଡ଼ାରେ ଆଜି ଏଭଳି ଏକ ଅଭାବନୀୟ ଘଟିଛି। ସୂଚନାନୁସାରେ, ବାଲିପଡ଼ା ଗ୍ରାମର ବର୍ଷାରାଣୀ ସାହୁ କଷଣଅଣ୍ଟା ସ୍କୁଲ୍‌ରେ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳକୁ ନେଇ ଆଶଙ୍କା ଭିତରେ ରହିଥିଲେ। ଆଜି ସକାଳେ ଫଳ ବାହାରିବା ପୂର୍ବରୁ ସେ ଫେଲ୍‌ ହୋଇଛନ୍ତି ବୋଲି କେହି ଜଣେ ତାଙ୍କୁ ମିଛ ଖବର ଶୁଣାଇଥିଲେ। ଏଥିରେ ‌ହତାଶ ହୋଇପଡ଼ି ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ, ଏହି ଘଟଣାର କିଛି ସମୟ ପରେ ମାଟ୍ରିକ ଫଳ ବାହାରିଥିଲା। ବର୍ଷାରାଣୀ ପାସ୍‌ କରିଥିବା ଜଣାପଡ଼ିଥିଲା। ହେଲେ ‌ସେତେବେଳକୁ ତାଙ୍କ ମୃତଦେହ ମେଡିକାଲ୍‌ରେ ପଡ଼ି ରହିଥିଲା।

ଦ୍ବିତୀୟ ଥର ଫେଲ୍‌ ହେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା
କେସିଙ୍ଗା : ମାଟ୍ରିକ ପରୀକ୍ଷାରେ ଦ୍ବିତୀୟ ଥର ଫେଲ୍‌ ହେବାରୁ କେସିଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁରେ ବେବି ସୁନା ନାମ୍ନୀ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ କେସଙ୍ଗା ଜବାହର ଉଚ୍ଚ ବିଦ୍ୟାପୀଠରେ ଅଧ୍ୟୟନ କରୁଥିଲେ। ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ମାଟ୍ରିକ ପରୀକ୍ଷା ଦେଇଥିଲେ। ଏଥର ବି ଫେଲ ହେବା ଜାଣିବା ପରେ ସେ ରେଙ୍ଗାଲିସ୍ଥିତ ତାଙ୍କ ଘର କୋଠରିରେ ବେପରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। କେସିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି।

publive-image The Financial Express

ପରୀକ୍ଷାରେ ଫେଲ୍ ହେବାରୁ ବିଷ ପିଇଦେଲେ ଛାତ୍ରୀ
ଏରସମା : ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଥିବା ଜାଣି ଏରସମାର ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛି। ଛାତ୍ରୀ ଜଣକ ହେଲେ ଜାନକାଦେଇପୁର ପଂଚାୟତ ଦୁର୍ଗାପୁର ଗାଁ କୋଚିଳା ବେଦୀର ପ୍ରଫୁଲ୍ଲ ସ୍ବାଇଁଙ୍କ ଝିଅ ଲିଜାରାଣୀ। ସେ ଗୋଡାରେ ଥିବା ବୃନ୍ଦାବନ ବିହାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ସେ ବିଷ ଖାଇଦେବା ପରେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବାଲିକୁଦା ଓ ପରେ ଜଗତସିଂହପୁର ମେଡିକାଲକୁ ଅଣା ଯାଇଥିଲା। କିନ୍ତୁ ଜଗତସିଂହପୁରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାତି ହୋଇ ଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe