ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଛାତ୍ରଛାତ୍ରୀ

Advertisment
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଛାତ୍ରଛାତ୍ରୀ

କୋରାପୁଟ: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଖ୍ୟାତିସମ୍ପନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର, ନୂଆଦିଲ୍ଲୀ ୨୦୨୪ ଏପ୍ରିଲ ୬ରୁ ୧୧ ମଧ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୬ ତାରିଖ ସୁଦ୍ଧା ୪୧ ଜଣ ଛାତ୍ରଛାତ୍ରୀଙ୍କ ସମେତ ପ୍ରଫେସର ଇନଚାର୍ଜ-ଏକାଡେମିକ୍, ବିଭାଗୀୟ ମୂଖ୍ୟ ଓ ଷ୍ଟାଫ୍ ମେମ୍ବରଙ୍କୁ ନେଇ ଗଠିତ ଏହି ଟିମ୍ କୋରାପୁଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କୋରାପୁଟର ବିଭିନ୍ନ ସ୍ଥାନକୁ ମିଳିତ ଭାବେ କ୍ଷେତ୍ର ଅଧ୍ୟୟନ କରିବେ।

ଏହି ଟିମ୍ କୋରାପୁଟର ଶାବର ଶ୍ରୀକ୍ଷେତ୍ର, ଜନଜାତି ସଂଗ୍ରହାଳୟ, କୁନ୍ଦୁଲି ବଜାର, ଗୁପ୍ତେଶ୍ୱର ମନ୍ଦିର, ସୁବାଇ ଜୈନ ମନ୍ଦିର, ସର୍ବେଶ୍ୱର ମନ୍ଦିର, ବଟ୍ରିଶା ସିଂହସନ ଓ ରାଣୀ ଡୁଡୁମା ଜଳପ୍ରପାତ ପରିଦର୍ଶନ କରିବ ସହ ବିଶ୍ଵବିଦ୍ୟାଳୟର ଲାଣ୍ଡିଗୁଡା ପରିସରରେ ଜୈବ ବିବିଧତା ଉପରେ ଏକ ପ୍ରଦର୍ଶନୀ ରେ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏକାଡେମିକ ୟୁନିଟ୍ ଆଇଜିଏନସିଏ ପକ୍ଷରୁ 'ଅକ୍ଷର, ଶବ୍ଦ|ଭାଷା' ଶୀର୍ଷକ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁ ଆଧୁନିକ ଦୃଷ୍ଟିକୋଣରେ ପ୍ରାଚୀନ ଭାରତୀୟ ସାହିତ୍ୟ ଉପରେ ବିଜ୍ଞାନ ଓ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀରେ ୨୦୨୪ ଏପ୍ରିଲ ୮ ତାରିଖରେ ଅନୁଷ୍ଠିତ ହେବ। ଏହି ବୈଠକରେ ଆଇଜିଏନସିଏର କଳା କୋଷ ଡିଭିଜନର ଏଚ୍ଓଡି ପ୍ରଫେସର ସୁଧୀର ଲାଲ ମୁଖ୍ୟ ବକ୍ତା ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଅଧ୍ୟକ୍ଷତା କରିବେ।

ଏକାଡେମିକ୍ ଦାୟିତ୍ୱରେ ଥିବା ପ୍ରଫେସର ଅରୁଣ କେ ଭରଦ୍ୱାଜଙ୍କ ନେତୃତ୍ୱରେ ଆଇଜିଏନସିଏ ଟିମ୍ ଉଭୟ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି ମିଳିତ ଅଭ୍ୟାସ ପାଇଁ ଖୁସି ବ୍ୟକ୍ତ କରିବା ସହ ଏହି ସାଂସ୍କୃତିକ ଆଦାନ ପ୍ରଦାନ ଯୁବବର୍ଗଙ୍କ ମଧ୍ୟରେ ଜାତୀୟ ଏକତା ସୁଦୃଢ଼ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe