ମାଓ ମୁକାବିଲାରେ ସାରଥି ସାଜିବେ ଛାତ୍ରଛାତ୍ରୀ: କଲେଜସ୍ତରରୁ ତାଲିମ ଦେବ ଉଚ୍ଚଶିକ୍ଷା ବିଭାଗ

Advertisment

ଏକ ଦଶନ୍ଧି ହେଲା ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ ହ୍ରାସ ପାଇଛି। ତା’ସତ୍ତ୍ବେ ମଧ୍ୟ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ସମସ୍ୟାର ମୁକାବିଲା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।

ଏକ ଦଶନ୍ଧି ହେଲା ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ ହ୍ରାସ ପାଇଛି। ତା’ସତ୍ତ୍ବେ ମଧ୍ୟ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ସମସ୍ୟାର ମୁକାବିଲା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।

ଗନ୍ଧମାର୍ଦ୍ଧନ ପାହାଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଭୁବନେଶ୍ବର: ଏକ ଦଶନ୍ଧି ହେଲା ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ ହ୍ରାସ ପାଇଛି। ତା’ସତ୍ତ୍ବେ ମଧ୍ୟ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ସମସ୍ୟାର ମୁକାବିଲା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ କଲେଜ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ମାଓ ମୁକାବିଲା ସମ୍ପର୍କରେ ତାଲିମ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭ଟି ଏଲ୍‌ଡବ୍ଲ୍ୟୁଇ(ଲେଫ୍ଟ ଉଇଙ୍ଗ୍‌ ଏକ୍ସଟ୍ରିମିଜିମ୍‌) ଜିଲ୍ଲା ଯଥା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ାର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ତାଲିମ ଦିଆଯିବ। ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ମୁଖ୍ୟାଳୟକୁ ଏହା ସମ୍ପ୍ରସାରିତ ହୋଇପାରେ। ତେବେ ଏକ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ଚୟନ ହେବେ। କେଉଁ ସଂସ୍ଥା ପରୀକ୍ଷା କରି ପିଲା ଚୟନ କରିବ ତାହାର ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ଓ ଏନ୍‌ସିସି ନିର୍ଦ୍ଦେଶାଳୟ ସ୍ଥିର କରିବେ। ତାଲିମଧାରୀଙ୍କ ପାଇଁ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜ ଓ ସ୍କୁଲରେ ରହିବାର ବ୍ୟବସ୍ଥା ହେବ। ଅବସରପ୍ରାପ୍ତ କର୍ମଚାରୀଙ୍କୁ ତାଲିମ କାର୍ଯ୍ୟରେ ନିୟୋଜିତ କରାଯାଇପାରେ। ଜାନୁଆରି ମାସରୁ ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ସ୍ଥାନୀୟ ପୁଲିସ, ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ମାଓବାଦୀ କାର୍ଯ୍ୟକଳାପ ହେଉଥିବା ଜିଲ୍ଲାଗୁଡ଼ିକରେ ଏହି ତାଲିମ ଦିଆଯିବ। ପିଲାମାନେ ତାଲିମ ନେବା ପରେ ସିଧାସଳଖ କୌଣସି ସ୍ଥାନରେ ମାଓବାଦୀଙ୍କ ସହ ମୁକାବିଲା କରିବେ ନାହିଁ। ବରଂ ସେମାନେ ମାଓ ଅଞ୍ଚଳରେ ନିଜକୁ ଓ ନିଜ ପରିବାରକୁ ସୁରକ୍ଷା ଦେଇପାରିବେ। ତାଲିମ ନେବା ପରେ ନିଜ ପଡ଼ୋଶୀ, ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ତାଲିମ ଦେଇପାରିବେ। ଫଳରେ ମାଓ ମୁକାବିଲା ରାଜ୍ୟରେ ଅଧିକ ସୁଦୃଢ଼ ହୋଇପାରିବ। ଏଥିସହ ରାଜ୍ୟର ସ୍କୁଲ ଓ କଲେଜ ସ୍ତରରେ ଏନ୍‌ସିସିକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ପାଠ୍ୟକ୍ରମରେ ଏନ୍‌ସିସି ସାମିଲ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଏସ୍‌ଓପି ପ୍ରସ୍ତୁତ ହେବ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରାଯିବ।

ଯେଉଁ ଜିଲ୍ଲାଗୁଡ଼ିକରେ ଏନ୍‌ସିସି ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ କମ୍‌ ରହିଛି ତାହାକୁ ଅଧିକ ଗୁରୁତ୍ବ ଦିଆଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ତାଲିକା ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯିବ। ପ୍ରତିବର୍ଷ ଆରଡିସି ଓ ପିଏମ୍‌ ଶୋଭାଯାତ୍ରାରେ ଭାଗ ନେବାକୁ ଚୟନ ହୋଇଥିବା ଛାତ୍ରଛାତ୍ରୀ ଦୁଇ ମାସ ଧରି ନିୟମିତ କ୍ଲାସ କରିପାରିବେ ନାହିଁ। ତେଣୁ ସେମାନଙ୍କ ପାଇଁ କଲେଜ କର୍ତ୍ତୃପକ୍ଷ ଅତିରିକ୍ତ କ୍ଲାସ୍‌ ମାଧ୍ୟମରେ ପାଠପଢ଼ା ଭରଣା କରିବେ। ଯଦି ସମ୍ଭବ ହୁଏ ଅନ୍‌ଲାଇନ୍‌ କ୍ଲାସ କିମ୍ବା କ୍ଲାସରୁମ୍‌ ରେକର୍ଡିଂକୁ ପିଲାଙ୍କୁ ଯୋଗାଇ ଦିଆଯାଇପାରିବ। କ୍ୟାମ୍ପ ସମୟରେ ପିଲାମାନେ ଯଦି କୌଣସି ପରୀକ୍ଷା ଦେଇ ନ ପାରନ୍ତି ସେମାନଙ୍କ ଲାଗି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁଣିଥରେ ପରୀକ୍ଷା କରାଇବାକୁ କୁହାଯାଇଛି। ସେହିପରି ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର କଲେଜରେ ଥିବା ଏନ୍‌ସିସି ୟୁନିଟ୍‌କୁ ସ୍ଥାନାନ୍ତର କରାଯିବ। ସମ୍ବଲପୁର ଜିଲ୍ଲାପାଳ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏନ୍‌ସିସି ବାଟାଲିଅନ୍‌ ସହ ଯୋଗାଯୋଗ କରି ନିକଟସ୍ଥ କୌଣସି ସରକାରୀ କଲେଜ  କିମ୍ବା ସରକାରୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିପାରିବେ। ରିଫ୍ରେସ୍‌ମେଣ୍ଟ ଓ ୱାସିଂ ଭତ୍ତା ବୃଦ୍ଧି, ଛୁଟି ସମୟରେ ସ୍କୁଲ ଓ କଲେଜ ପରିସରରେ କ୍ୟାମ୍ପ କରିବା‌, ଯୁକ୍ତ୩ ସ୍ତରରେ ଏନ୍‌ସିସିକୁ ଇଲେକ୍ଟିଭ୍‌ ବିଷୟ ଭାବେ ସାମିଲ, ତାଲିମ ସମୟରେ ପରିବହନ ବିଭାଗ ପକ୍ଷରୁ ବସ୍‌ ସେବା ଯୋଗାଇଦେବାକୁ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe