୭ରୁ ଟିଭିରେ ପଢ଼ିବେ ଯୁକ୍ତ୨ ଛାତ୍ରଛାତ୍ରୀ

Advertisment
୭ରୁ ଟିଭିରେ ପଢ଼ିବେ ଯୁକ୍ତ୨ ଛାତ୍ରଛାତ୍ରୀ

.jagran.com

ଭୁବନେଶ୍ୱର : ଦଶମ ପରେ ଏବେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟେଲିଭିଜନ(ଟିଭି)ରେ ଶିକ୍ଷାଦେବା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଆସନ୍ତା ୭ ତାରିଖ ତଥା ସୋମବାରଠାରୁ ଦୂରଦର୍ଶନ ଚ୍ୟାନେଲ୍‌ରେ ଯୁକ୍ତ୨ ଦ୍ବିତୀୟ ବର୍ଷ (୨୦୨୧ରେ ପରୀକ୍ଷା ଦେବାକୁ ଥିବା) ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ। ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଲାଗି କ୍ଲାସ କରାଯିବ। ଛାତ୍ରଛାତ୍ରୀ ଘରେ ରହି ଦୂରଦର୍ଶନ ଚ୍ୟାନେଲ୍‌ରେ ପଢ଼ିପାରିବେ। ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ। ଏଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe