ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

୩୦ରୁ ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା, ଅନ୍‌ଲାଇନ୍‌ ଫର୍ମ ପୂରଣ ୫ ତାରିଖରୁ

image source-sambad english

ଅନ୍ୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ହେବେ ଇନଭିଜିଲେଟର୍‌
ସକାଳ ୭ରୁ ପରୀକ୍ଷା; ୱେବସାଇଟରେ ପ୍ରଶ୍ନ ନମ୍ବର ସଂପର୍କିତ ତଥ୍ୟ

କଟକ : ଚଳିତ ବର୍ଷ ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କିନ୍ତୁ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିବେ। ପରୀକ୍ଷା ସକାଳ ୭ଟାରୁ ଆରମ୍ଭ ହେବ। ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ୧୦୦ ନମ୍ବର ବଦଳରେ ପ୍ରତି ବିଷୟରେ ୮୦ନମ୍ବର ପରୀକ୍ଷା ହେ‌ବ। କିନ୍ତୁ ୧୦୦ ନମ୍ବରରୁ ହିସାବ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ମିଳିଛି। ଏଥିସହିତ ବହୁ ପ୍ରତୀକ୍ଷିତ ମାର୍କ ଡିଷ୍ଟ୍ରିବ୍ୟୁସନ ଆଜି ବୋର୍ଡ ୱେବ୍‌ ସାଇଟ୍‌ରେ ଜାରି କରାଯାଇଛି।

କରୋନା ପାଇଁ ଚଳିତବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍) ପରିଚାଳନା ଶୈଳୀରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷ ‌୮୦ ନମ୍ବର ପ୍ରଶ୍ନରୁ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ସବ୍‌ଜେକ୍ଟିଭ୍ ପରୀକ୍ଷା ହେବ। ଯେଉଁ ୩୦ ନମ୍ବର ସବ୍‌ଜେକ୍ଟିଭ୍ ପରୀକ୍ଷା ହେବ, ସେଥିରୁ ପାଇଥିବା ନମ୍ବରକୁ ୫୦ନମ୍ବରୁ ହିସାବ କରାଯିବ। ପରୀକ୍ଷା ସମୟ ୨ଘଣ୍ଟା ରହିବ। ସେହିପରି ପୁରୁଣା କୋର୍ସ ପଢ଼ିଥିବା ବା ଏକ୍ସରୋଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଓ ନୂଆ କୋର୍ସ ପଢ଼ିଥିବା ‌ଚଳିତ ବ‌ର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ‌ପ୍ରତି ବିଷୟରେ ମାର୍କ ଡିଷ୍ଟ୍ରିବ୍ୟୁସନ୍ ବିଷୟରେ ବିଶଦ ବିବରଣୀ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ନିଜସ୍ବ ୱେବ୍ ସାଇଟ୍‌ www.bseodisha.ac.in ରେ ଛଡାଯାଇଛି। ପରୀକ୍ଷାର୍ଥୀ ଓ ଶିକ୍ଷକ ତାହା ପାଇପାରିବେ। ମେ ମାସରେ ପରୀକ୍ଷା ହେଉଥିବାରୁ ପୂର୍ବ ଭଳି ସକାଳ ୧୦ଟାରୁ ପରୀକ୍ଷା ‌ଆରମ୍ଭ ନ ହୋଇ ତାହା ସକାଳ ୭ଟାରୁ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ‌ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ସରିବା ପରେ ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର, ପରୀକ୍ଷାର କାର୍ଯ୍ୟସୂଚୀ ବିଷୟର ସୂଚନା ଦିଆଯିବ ‌ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe