ଅନାବୃଷ୍ଟିରେ ପ୍ରଭାବିତ ଫସଲର ଅନୁଧ୍ୟାନ

Advertisment
ପ୍ରଶ୍ନ ଉଠାଇଲେ ବଲାଙ୍ଗୀର ଚାଷୀ: ୩୭.୪% ଜଳସେଚନ, ମରୁଡ଼ି କାହିଁକି?

ଭୁବନେଶ୍ବର : ଅନାବୃଷ୍ଟି ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହେବା ଏବଂ ବିଶେଷକରି ଚାଉଳ ଉତ୍ପାଦନ ବାଧାପ୍ରାପ୍ତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ୧ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଛି। ଅଳ୍ପ ବର୍ଷାରେ କେଉଁଭଳି ବିହନ ଉତ୍ପାଦନ କରାଯିବ ସେ ନେଇ ଇରି(ଅନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ)ର ଏକ ଟିମ୍‌ ବିଭିନ୍ନ ସ୍ଥାନ ବୁଲୁଛନ୍ତି। ଏହି ଟିମ୍‌ ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକର ଶିକରଘାଟିକୁ ଯାଇଥିଲା। ସେଠାରେ ଫସଲ ସ୍ଥିତି, ରୋଗପୋକର ସମୀକ୍ଷା, କୀଟନାଶକ ପ୍ରଭାବ ଦେଖିଥିଲେ। କେଉଁ ପ୍ରକାର ବିହନ ଡିଏସଆର ଏବଂ ପିଟିଆର(କାଦୁଅ କରି ଧାନ ରୋଇବା) ପ୍ରଣାଳୀରେ ଭଲ କାର୍ଯ୍ୟ କରିବ ଏହାକୁ ନେଇ ସରକାରଙ୍କୁ ଟିମ୍‌ ପରାମର୍ଶ ଦେବ।

ସୂଚନା ଅନୁଯାୟୀ, ପ୍ରତିକୂଳ ପରିସ୍ଥିତିରେ କେଉଁ କିସମ ଚାଷ କରିବା ଉଚିତ ବା କେଉଁ କିସମକୁ ବିକଶିତ କରାଯାଇ ପାରିବ ଏବଂ ଏହାକୁ କିଭଳି ବିକଶିତ କରାଯାଇପାରିବ ସେ ନେଇ ଇରି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଉଛି। ଇରିର ଶାଖା କାର୍ଯ୍ୟାଳୟ ଭୁବନେଶ୍ବରରେ ରହିଛି। ସେମାନେ ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କୁ ଏହିଭଳି ବିଭିନ୍ନ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ମରୁଡ଼ି ସହଣି ବିହନ ବା ସ୍ବଳ୍ପ ଅବଧି କିସମ ବିହନର ବେଶି ଆବଶ୍ୟକତା ରହିଛି। କେଉଁ ଅଞ୍ଚଳରେ କେଉଁ କିସମ ବିହନ ବ୍ୟବହାର ଚାଷୀଙ୍କୁ ଲାଭାନ୍ବିତ କରିବ ଏହା ବର୍ତ୍ତମାନ ଇରି ଟିମ୍‌ ସମୀକ୍ଷା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe