ବିପଦପୂର୍ଣ୍ଣ କୋଠରିରେ ପାଠପଢ଼ା: ସ୍କୁଲରେ ତାଲା ଠୁଙ୍କିଲେ ଅଭିଭାବକ

Advertisment
ବିପଦପୂର୍ଣ୍ଣ କୋଠରିରେ ପାଠପଢ଼ା: ସ୍କୁଲରେ ତାଲା ଠୁଙ୍କିଲେ ଅଭିଭାବକ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ବରଗାଁ ପଞ୍ଚାୟତ ଶବରପଡ଼ା ସରକାରୀ ପ୍ରକଳ୍ପ ପ୍ରାଥମିକ ସ୍କୁଲର କୋଠରିଗୁଡ଼ିକ ବିପଦପୂର୍ଣ୍ଣ ରହିଥିବାରୁ ଏଠାରେ ପାଠପଢ଼ାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏଥିପାଇଁ ସେମାନେ ଶୁକ୍ରବାର ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ସ୍କୁଲ ୨୦୦୨ ମସିହାରେ ସ୍ଥାପିତ ହୋଇଥିଲା। ସେତେବେଳେ ସ୍କୁଲ ଗୃହ ନିର୍ମାଣ ମଧ୍ୟ ହୋଇଥିଲା। ହେଲେ ନିମ୍ନ ମାନର କାମ ଯୋଗୁଁ ‌ସ୍କୁଲ କୋଠାର ସବୁ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବର୍ଷା ହେଲେ ଛାତରୁ ପାଣି ଝରୁଛି। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୬୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଓ ଦୁଇ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ସ୍ଲାବ୍‌ ଝଡ଼ି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ଅନେକ ସମୟରେ ସ୍ଲାବ ଝଡ଼ି ଛାତ୍ରଛାତ୍ରୀ ଆହତ ହେଉଥିବା ଅଭିଯୋଗ କରିଛନ୍ତି।

ଏହାକୁ ନେଇ ଶୁକ୍ରବାର ଅଭିଭାବକମାନେ ସ୍କୁଲରେ ତାଲା ପକାଇ ବନ୍ଦ କରିବା ସହିତ ତୁରନ୍ତ ମରାମତି କରିବାକୁ ମନିରାମ ଶବର, ଧୋବୀ ଶବର, ଶ୍ୟାମଘନ ପଟେଲ, ବେଦବର ପଟେଲ, ଗଙ୍ଗା ଶବର ସମେତ କୋଡ଼ିଏରୁ ଅଧିକ ଅଭିଭାବକ ଦାବି କରିଥିଲେ। ଆଗାମୀ ଦିନରେ ମରାମତି କରା ନଗଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଏନେଇ ନୂଆପଡ଼ା ଡିଇଓଙ୍କୁ ପଚାରିବାରୁ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଉଛି ବ‌ୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe