କଲେଜ ଛାତ୍ରଛାତ୍ରୀଙ୍କ ମହାନତା: ବୃଦ୍ଧାଶ୍ରମରେ ଖାଦ୍ୟସାମଗ୍ରୀ ବାଣ୍ଟିଲେ

Advertisment
କଲେଜ ଛାତ୍ରଛାତ୍ରୀଙ୍କ ମହାନତା: ବୃଦ୍ଧାଶ୍ରମରେ ଖାଦ୍ୟସାମଗ୍ରୀ ବାଣ୍ଟିଲେ

ରାୟଗଡ଼ା: ରାୟଗଡା ସ୍ବିୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢିବା ସହ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ହାଉସିଂ ବୋର୍ଡ କଲୋନିରେ ରହିଥିବା ବୃଦ୍ଧାଶ୍ରମକୁ ଯାଇ ସେଠାରେ ରହୁଥିବା ବୃଦ୍ଧ ଓ ବୃଦ୍ଧାମାନଙ୍କ ସହ ସାକ୍ଷାତକରି ସେମାନଙ୍କ ସହ ଦୁଃଖ ସୁଖ ବାଣ୍ଟିଛନ୍ତି। ବହୁ ବୃଦ୍ଧ ଓ ବୃଦ୍ଧାଙ୍କର ନିଜର ଘର ଥିଲେ ମଧ୍ୟ ପରିବାରର ସହଯୋଗ ନମିଳିବାରୁ ଏହି ବୃଦ୍ଧାଶ୍ରମରେ ପଡିଥିବା କହିଥିଲେ।

ତେବେ ଏହି ଛାତ୍ରଛାତ୍ରୀ ସେମାନଙ୍କୁ ମନଦୁଃଖ ନକରିବା ପାଇଁ ବୁଝାଇବା ସହ ଆମେ ତୁମର ପୁଅଝିଅ କହି ସେମାନଙ୍କୁ କିଛି ସମୟ ଖୁସି ପ୍ରଦାନ କରିଥିଲେ। ସେମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ରାୟଗଡାରେ ଜାଡ ଧିରେ ଧିରେ ବୃଦ୍ଧି ପାଉଥିବାରୁ ବୃଦ୍ଧ ଓ ବୃଦ୍ଧାମାନେ କିପରି ଏହି ଆଶ୍ରମରେ ରହୁଛନ୍ତି ପଚାରି ବୁଝିଥିଲେ। ଆଗାମୀ ଦିନରେ ନିଜ ଉଦ୍ୟମରେ ଛାତ୍ରଛାତ୍ରୀମାନେ କମ୍ବଳର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଛାତ୍ରଛାତ୍ରୀଙ୍କର ଏହି ମହାନତା ଦେଖି ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଥିଲେ। ବୃଦ୍ଧାଶ୍ରମକୁ ଯାଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସିଦ୍ଧାର୍ଥ ପୃଷ୍ଟି,ସତ୍ୟ ପ୍ରସାଦ ଗୌଡ, ନୁପୁର କାଣ୍ଡା ପ୍ରମୁଖ ରହିଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ସ୍ବେଚ୍ଛାସେବୀ ହେବା ସହ ସମାଜସେବାରେ ନିଜକୁ ନିୟୋଜିତ କରିବା ପାଇଁ ଅଧ୍ୟାପକ ଅନନ୍ତ ଶବର, ଦମୟନ୍ତୀ ବାଗ, ଅଞ୍ଚଳୀ ଜାନି ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe