କରୋନାରେ ଆଖିବୁଜିଲେ ଉପଜିଲ୍ଲାପାଳ ଅଫିସର ମୁଖ୍ୟକିରାଣି

Advertisment
କରୋନାରେ ଆଖିବୁଜିଲେ ଉପଜିଲ୍ଲାପାଳ ଅଫିସର ମୁଖ୍ୟକିରାଣି

ଟିଟିଲାଗଡ଼ : କରୋନାର ଶିକାର ହୋଇଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସର ମୁଖ୍ୟକିରାଣି ଜଗନ୍ନାଥ ଦାସ। ସେ ଗତ କିଛିଦିନ ହେଲା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଗୁରୁବାର ତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି।

ପ୍ରକାଶ ଯେ ଟିଟିଲାଗଡ଼ ହାଇସ୍କୁଲ ଖେଳପଡ଼ିଆ ସମ୍ମୁଖରେ ରହୁଥିବା ଶ୍ରୀ ଦାସ କିଛିଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆଣ୍ଟିଜେନ୍‌ ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ପୃଥକାବାସରେ କିଛିଦିନ ଘରେ ରହିଥିଲେ। ଦୁଇଦିନ ବ୍ୟବଧାନ ପରେ ଆର୍‌ଟିପିସିଆର୍‌ ରିପୋର୍ଟରେ ପଜିଟିଭ୍‌ ଆସିବାରୁ ସେ ବଲାଙ୍ଗୀର କୋଭିଡ କେୟାର ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ଭୁବନେଶ୍ୱର ଏମ୍‌ସ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ପ୍ରକାଶ ଥାଉକି, ସ୍ବର୍ଗତ ଦାସ ଟିଟିଲାଗଡ଼ ସହରରେ ଡିସ୍କ୍‌କେବୁଲରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ମୁଖ୍ୟ ପୁରୋଧା ଥିଲେ। ନୀଳଚକ୍ର କେବୁଲ୍ ନେଟ୍‌ୱର୍କ ମାଧ୍ୟମରେ ସେ ପ୍ରଥମେ ସହରବାସୀଙ୍କୁ ସେବା ଯୋଗାଇ ଦେଇଥିଲେ। ପରେ ନୀଳଚକ୍ର ନୃତ୍ୟ ଏକାଡେମି ଖୋଲି କଳାକାରମାନଙ୍କୁ ଉତ୍ସାହିତ କରିବାକୁ ଏକ ମଞ୍ଚ ଭେଟି ଦେଇଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁରେ ଟିଟିଲାଗଡ଼ ସହରରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe