ବିଜୁଳି ସ୍ଥିତି ପରଖିବ ବିଧାନସଭାର ସବ୍‌ କମିଟି

ଫେବ୍ରୁଆରି ୨ରେ ଉଚ୍ଚସ୍ତରୀୟ ବୈଠକ

୧୩୭% ବଢ଼ିଲାଣି ବିଜୁଳି ଦର; କ୍ଷତି କରୁଛନ୍ତି କମ୍ପାନି, ବୋଝ ମୁଣ୍ଡାଉଛନ୍ତି ଘରୋଇ ଉପଭୋକ୍ତା

pe.gatech.edu

ଭୁବନେଶ୍ବର : ବିଧାନସଭାର ୪ଟି ସବ୍‌ କମିଟି କ୍ଷେତ୍ର ସ୍ତରକୁ ଯାଇ ବିଜୁଳି ଭିତ୍ତିଭୂମିର ସ୍ଥିତି ପରଖିବ। ସବ୍‌ କମିଟି - ୧ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସବ୍‌ କମିଟି -୨ରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ସବ୍‌ କମିଟି-୩ରେ ବିଧାୟକ ଅନନ୍ତ ଦାସ ଏବଂ ସବ୍‌ କମିଟି -୪ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟି ସାମଗ୍ରିକ ଭାବେ ବିଦ୍ୟୁତ ବଣ୍ଟନ, ସଞ୍ଚରଣ ଓ ଉତ୍ପାଦନ ଉପରେ ବିଧାନସଭାକୁ ରିପୋର୍ଟ ପ୍ରଦାନ କରିବ। ବିଧାନସଭାର ବିଦ୍ୟୁତ ଶକ୍ତି ଉତ୍ପାଦନ, ସଞ୍ଚରଣ ଓ ବିତରଣ ସମ୍ପର୍କିତ ଗୃହ କମିଟି ବୈଠକରେ ଏହି ନିଷ୍ପତ୍ତି ନେଇଛି।

ବାଚସ୍ପତି ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓପିଜିସିର କାର୍ଯ୍ୟଧାରା ଉପରେ ବିଶେଷ ତଥ୍ୟ ରଖିବାକୁ ବିଧାୟକ କିଶୋର ମହାନ୍ତି ମତ ଦେଇଥି‌େଲ। ବିଧାୟକ ଅମର ପ୍ରସାଦ ଶତପଥୀ, ଅନନ୍ତ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ସନ୍ତୋଷ ସିଂହ ସାଲୁଜା ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଦାବି ରଖିଥିଲେ। ବିଦ୍ୟୁତ ଶକ୍ତି ଉତ୍ପାଦନ, ସଞ୍ଚରଣ ଓ ବଣ୍ଟନ ସହିତ ଜଡ଼ିତ ଟାଟା କମ୍ପାନି ମୁଖ୍ୟ, ଓପିଜିସି ମୁଖ୍ୟ, ବିଭାଗୀୟ ସଚିବ ଓ ଅନ୍ୟ ଅଧିକାରୀମାନଙ୍କୁ ନେଇ ଆସନ୍ତା ‌୨ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟକ ପ୍ରଶାନ୍ତ ମୁଦୁଲି, ସୁକାନ୍ତ ନାୟକ, ସୀମାରାଣୀ ନାୟକ ଓ ବିଧାନସଭାର ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe