ଉପଖଣ୍ଡ ଡାକ୍ତରଖାନା ମାନ୍ୟତା ଦାବିରେ ସଚେତନ ନାଗରିକ ମଞ୍ଚର ଆମରଣ ଅନଶନ

Advertisment
ଉପଖଣ୍ଡ ଡାକ୍ତରଖାନା ମାନ୍ୟତା ଦାବିରେ ସଚେତନ ନାଗରିକ ମଞ୍ଚର ଆମରଣ ଅନଶନ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହର ହେଉଛି ହଜାରେ ବର୍ଷର ପୁରାତନ ନଗରୀ। ଏହି ସହର ୧୮୫୩ ମସିହାରେ କଳାହାଣ୍ଡିର ପୁରାତନ ସଦର ମହକୁମା ମଧ୍ୟ ଥିଲା। ବର୍ତ୍ତମାନ ଏହି ପୁରାତନ ସହରକୁ ସରକାର ଅବହେଳିତ କରି ଆସୁଥିବା ଅଭିଯୋଗ ହୋଇଛି। ଡାକ୍ତରଖାନା ଅଛି ହେଲେ ଡାକ୍ତର ପଦବି ଖାଲି ପଡ଼ିଛି। ବର୍ଷ ବର୍ଷ ଧରି ଡାକ୍ତର ପଦବି ଖାଲି ପଡିଥିବା ବେଳେ କେବଳ ରେଫର ହିଁ ଏକମାତ୍ର ସାହାଭରଷା ପାଲଟିଛି। ତେଣୁ ଜୁନାଗଡ଼ ଡାକ୍ତରଖାନାକୁ ଉପଖଣ୍ଡ ଡାକ୍ତରଖାନାର ମାନ୍ୟତା ଦେବା ସହ ଖାଲି ପଡିଥିବା ଡାକ୍ତର ପଦବି ପୂରଣ ଓ ରକ୍ତଭଣ୍ଡାରକୁ ତୁରନ୍ତ ଚାଲୁ କରିବା ନେଇ ଆଜି ଠାରୁ ସଚେତନ ସଂଗ୍ରାମ ସମିତି ପକ୍ଷରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe