ଶିଶୁକନ୍ୟାକୁ କୀଟନାଶକ ଦେଇ ମା’ ପିଇଲା: ଶିଶୁକନ୍ୟା ମୃତ, ମା’ ଗୁରୁତର

Advertisment
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

new indian express

ସୋନପୁର : ସ୍ବାମୀଙ୍କ ନିର୍ଯାତନା ଅସହ୍ୟ ହେଲା। ଶେଷରେ ଦୁଇମାସର ଶିଶୁକନ୍ୟାକୁ କୀଟନାଶକ ପିଆଇ ନିଜେ ବିଷ ପିଇ ଦେଇଥିଲେ। ଫଳରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ତେତେଲଖୁଲ ଗ୍ରାମର କୁନ୍ତି (୨୨ବର୍ଷ) ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଚାରପାଲି ଗାଁର ଗୋପୀନାଥ କମ୍ପଙ୍କୁ ଗତବର୍ଷ ବିବାହ କରିଥିଲେ। ୨ ମାସ ପୂର୍ବରୁ ତା‌ଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। କୁନ୍ତିଙ୍କ କହିବା ଅନୁଯାୟୀ ଶିଶୁକନ୍ୟା ଜନ୍ମ ପରେ ସ୍ବାମୀ ଗୋପୀନାଥ ବିଭିନ୍ନ ସମୟରେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ଶୁକ୍ରବାର ମଧ୍ୟାହ୍ନରେ ଶାଶୂ ଘରୁ ନିଜ ବାପ ଘରକୁ କୁନ୍ତି ଆସିଥିଲେ। ସେହିଦିନ ରାତିରେ ସେ ନିଜେ କୀଟନାଶକ ପିଇବା ସହ ଶିଶୁକନ୍ୟାକୁ ମଧ୍ୟ କୀଟନାଶକ ପିଆଇଥିବା ପ୍ରକାଶ କରିଛନ୍ତି। ଉଭୟ ମା ଓ ଶଶିଶୁକନ୍ୟାଙ୍କୁ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁକନ୍ୟାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ସୋନପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe