ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଗୋପପୁର କଦମ୍ବ ପଡ଼ିଆରେ ଶୁଭସ୍ଥମ୍ଭ ସ୍ଥାପନ

Advertisment
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଗୋପପୁର କଦମ୍ବ ପଡ଼ିଆରେ ଶୁଭସ୍ଥମ୍ଭ ସ୍ଥାପନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୬ତମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଗୋପପୁର କମିଟି ତରଫରୁ ଶୁଭଧ୍ୱଜା ସ୍ଥାପିତ ହୋଇଯାଇଛି। ସୋମବାର ଅପରାହ୍ନ ୪ ଟାରେ ଅମ୍ବାପାଲିରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଗାଁ ପରିକ୍ରମା ପୂର୍ବକ କଦମ୍ବପଡ଼ିଆକୁ ପହଞ୍ଚିଥିଲା। ସେଠାରେ ରାଜପୁରୋହିତ ପଣ୍ଡିତ ଭଗବାନ ବିର୍ତ୍ତିଆ ପୂଜାର୍ଚ୍ଚନା କରିଥିବାବେଳେ ଧନୁଯାତ୍ରା ମହୋତ୍ସବ ଗୋପପୁର କମିଟିର ସହ ଆବାହକ ତଥା ପୌରପରିଷଦ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ କର୍ତ୍ତା ତୁଲାଇଥିଲେ।

publive-image

ଏହି ଅବସରରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ଉପଜିଲ୍ଳାପାଳ କୁମାର ନାଗଭୂଷଣ, ଗୋପପୁର କମିଟିର କୃଷ୍ଣ ମହାପାତ୍ର, କାଉନସିଲର ଦିପାଞ୍ଜଳୀ ବାଗ, ଦୟା ପ୍ରଧାନ, ହାଡୁ ମଲ୍ଲିକ, ଅଗ୍ନି ଥପା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଶୋଭାଯାତ୍ରାରେ କୃଷ୍ଣ ବଳରାମ ଭୂମିକା ରେ ଅଭିନୟ କରିବାକୁ ଥିବା ଶିଶୁ କଳାକାର ସମ୍ରାଟ ମହାପାତ୍ର ଓ କିଶନ କୁମାର ବିର୍ତ୍ତିଆ, ରାଧା ବୈଷ୍ଣବୀ ବିର୍ତ୍ତିଆ, ସତ୍ୟନାରାୟଣ ପୋଢ଼,ରାଜେନ୍ଦ୍ର ପ୍ରସାଦ ସିଂ, ପଞ୍ଚାନନ ବିର୍ତ୍ତିଆ, ଇଶ୍ୱର ବାଗ , ରବିନ୍ଦ୍ର ପୂଜାରୀ, ସୁଖଦେବ ଭୋଇ ସମେତ ଗୋପପୁର କମିଟୀର ସଦସ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe