କୁଚିଣ୍ଡାରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା

Advertisment

ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବୁଧବାର ମାର୍ଚ୍ଚ ୫ ତାରିଖ ସକାଳ ୭.୩୦ରୁ ପୂର୍ବାହ୍ନ ୧୦.୩୦ ମଧ୍ୟରେ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ବାହାରି କୁଚିଣ୍ଡା ସହର ପରିକ୍ରମା କରିଥିଲା...

ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବୁଧବାର ମାର୍ଚ୍ଚ ୫ ତାରିଖ ସକାଳ ୭.୩୦ରୁ ପୂର୍ବାହ୍ନ ୧୦.୩୦ ମଧ୍ୟରେ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ବାହାରି କୁଚିଣ୍ଡା ସହର ପରିକ୍ରମା କରିଥିଲା...

Subhadra awareness procession in Kuchinda

Subhadra awareness procession in Kuchinda Photograph: (sambad.in)

କୁଚିଣ୍ଡା: ଅନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବୁଧବାର ମାର୍ଚ୍ଚ ୫ ତାରିଖ ସକାଳ ୭.୩୦ରୁ ପୂର୍ବାହ୍ନ ୧୦.୩୦ ମଧ୍ୟରେ ଏକ ସୁଭଦ୍ରା ସଚେତନତା ଶୋଭାଯାତ୍ରା ବାହାରି କୁଚିଣ୍ଡା ସହର ପରିକ୍ରମା କରିଥିଲା।

ଏହି ଶୋଭାଯାତ୍ରାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ସୁଶ୍ରୀ ରାଜଶ୍ରୀ ପରିଡା, ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ କୁଚିଣ୍ଡା ଗୈାରବ ପ୍ରଧାନ, ମମତା ପିଏ, ସୁଜିତ କୁମାର ବେହେରାଙ୍କ ସମେତ ଶତାଧିକ ସୁଭଦ୍ରା ହିତାଧିକାରୀ,ଏସଏଚଜି ସଭ୍ୟା, ଛାତ୍ରୀ, ସ୍ଥାନୀୟ ଭଦ୍ର ବ୍ୟକ୍ତି, ଅଙ୍ଗନବାଡ଼ିକର୍ମୀ ଯୋଗଦାନ କରିଥିଲେ।

ଶୋଭାଯାତ୍ରା ଶେଷରେ ଉପସ୍ଥିତ ମହିଳାମାନଙ୍କୁ ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନାର ଗୁରୁତ୍ଵ, ଆନ୍ତର୍ଜାତିକ ମହିଳା ଦିବସର ମହତ୍ୱ, ଲିଙ୍ଗଗତ ସମାନତା, ବିଭିନ୍ନ ସାମାଜିକ, ରାଜନୈତିକ, ଆର୍ଥିକ କାର୍ଯ୍ୟକ୍ରମରେ ମହିଳା ମାନଙ୍କର ସମ୍ପୃକ୍ତି, ସହଭାଗିତା ଓ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରାଯାଇଥିଲା।

କୁଚିଣ୍ଡା ବ୍ଳକର ସମସ୍ତ ୧୭ ଗୋଟି ପଞ୍ଚାୟତରେ ମଧ୍ୟ ଏହି ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ବିନା ପାନୀୟ ଜଳରେ ଚାଲିଛି ସଲାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର

ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଓ୍ବାର୍ଡ ସଭ୍ୟ,ଆଇ ସିଡ଼ିଏସ ସୁପରଭାଇଜର ଶୋଭାଯାତ୍ରାରେ ଯୋଗଦାନ କରିଥିଲେ। ସୂଚନା ଅନୁସାରେ ଏହି ସଚେତନତା କାର୍ଯ୍ୟକ୍ରମ ମାର୍ଚ୍ଚ ୫ ବୁଧବାର ଠାରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାର ଚାବି ହଜିବା ଘଟଣାର ରିପୋର୍ଟ ସାର୍ବଜନୀନ ହେବ ନାହିଁ: ସରକାରଙ୍କ ସତ୍ୟପାଠ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe