‘ସୁଭଦ୍ରା’ ଟଙ୍କା ଉଠାଇବାକୁ ଆସିଥିଲେ: ଦୁର୍ଘଟଣାରେ ମହିଳା ମୃତ, ସ୍ବାମୀ ଗୁରୁତର

Advertisment

ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଭଦ୍ରା ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଆସିଥିବା ବେଳେ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ସାରସବାହାଲ ଗାଁର ଲକ୍ଷ୍ମୀ ସୁନା।

ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଭଦ୍ରା ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଆସିଥିବା ବେଳେ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ସାରସବାହାଲ ଗାଁର ଲକ୍ଷ୍ମୀ ସୁନା।

hfhffhvbgh

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଭଦ୍ରା ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଆସିଥିବା ବେଳେ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ସାରସବାହାଲ ଗାଁର ଲକ୍ଷ୍ମୀ ସୁନା। ସୂଚନା ଅନୁସାରେ, ଦେଓଗାଁ ଥାନା ଅନ୍ତର୍ଗତ ସାରସବାହାଲ ଗାଁର ଭରତ ସୁନା ତାଙ୍କ ପତ୍ନୀ ଲକ୍ଷ୍ମୀ ସୁନାଙ୍କୁ ନେଇ ଆଜି ଦେଓଗାଁସ୍ଥିତ ଷ୍ଟେଟ୍‌ ବ୍ୟାଙ୍କକୁ ସୁଭଦ୍ରା ଟଙ୍କା ଉଠାଇବାକୁ ଆସିଥିଲେ।

ଏହି ସମୟରେ ଦେଓଗାଁ ଏଟିଏମ୍ ଛକଠାରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେବାରୁ ବାଇକ୍ ସହ ଛିଟିକି ପଡ଼ି ସ୍ବାମୀ-ସ୍ତ୍ରୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ବଡ଼ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଲକ୍ଷ୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ବୋଲେରୋକୁ ନେଇ ଚାଳକ ପଳାଇଥିବା ବେଳେ ଦେଓଗାଁ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe