'Subhadra Ekta Padayatra': ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ‘ସୁଭଦ୍ରା ଏକତା ପଦଯାତ୍ରା’

ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ‘ସୁଭଦ୍ରା ଏକତା ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ଆରମ୍ଭ ହୋଇ ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା।

adgdggd

ଭୁବନେଶ୍ବର: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ‘ସୁଭଦ୍ରା ଏକତା ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ଆରମ୍ଭ ହୋଇ ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପଦଯାତ୍ରାରେ ସାମିଲ ହୋଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳାମାନେ ଆତ୍ମନିର୍ଭରଶୀଳ ଓ ସଶକ୍ତ ହୋଇପାରିଲେ ଏକ ସମୃଦ୍ଧ ରାଜ୍ୟର ଭିତ୍ତି ପଡ଼ିବ ବୋଲି ସେ କହିଥିଲେ। ଏହି ଲକ୍ଷ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 

ରାଜ୍ୟ ସରକାରଙ୍କ ପ୍ରୟାସରେ ଅଦ୍ୟାବଧି ଏକ କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କୁ ୧୫ ହଜାର କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହାର ସୁଫଳ ଏବେ ସବୁ କ୍ଷେତ୍ରରେ ପରିଲକ୍ଷିତ ହେଉଛି। ମହିଳାମାନେ ହେଉଛନ୍ତି ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲର ଏକ ମହତ୍ୱପୂର୍ଣ୍ଣ ଏବଂ ପ୍ରମୁଖ ମାଧ୍ୟମ। ଯାହା ଆଜି ଏହି ସୁଭଦ୍ରା ଏକତା ପଦଯାତ୍ରାରେ ପରିଲକ୍ଷିତ ହେଉଛି । ବିଭିନ୍ନ ସ୍ଥାନରୁ ମହିଳାମାନେ ଏକତ୍ରିତ ହୋଇ ପାରସ୍ପରିକ ଭାବବିନିମୟ ଓ ନିଜ ଅନୁଭୂତିର ଆଦାନପ୍ରଦାନ ଦ୍ୱାରା ଭିନ୍ନ ଏକ ସମ୍ପର୍କ ସ୍ଥାପନ ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ୨୦୨୫-୨୬ ଆର୍ଥିକ ବର୍ଷରେ ନୂତନ ପଞ୍ଜୀକରଣ ପାଇଁ ସୁଭଦ୍ରା ପୋର୍ଟାଲ ଖୋଲାଯିବା ନେଇ ବି ସେ ଘୋଷଣା କରିଥିଲେ। 

ଏହି ପଦଯାତ୍ରାରେ ବିଏମ୍‌ସି ମେୟର ସୁଲୋଚନା ଦାଶ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଯୋଜନାରେ ଅବଗତ ହୋଇ ହିତାଧିକାରୀମାନେ ସେମାନଙ୍କର ସୁବିଧାର ଲାଭ ନେବାକୁ କହିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମନ୍ୱିତ ଶିଶୁ ବିକାଶ ସେବା ଓ ସାମାଜିକ କଲ୍ୟାଣ ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ, ବିଏମ୍‌ସି କମିସନର୍‌ ଚଞ୍ଚଲ ରାଣାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ସୁଭଦ୍ରା ଯୋଜନାର ହିତାଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe