ସୁଭଦ୍ରା ଆଣିଛି ବଣ୍ଡା ଘାଟିରେ ନୂଆ ସକାଳ: ଜନଜାତି ଏବେ ବ୍ୟାଙ୍କ ମୁହାଁ

ସେମାନଙ୍କ ପାଇଁ ଟଙ୍କା କେବଳ ସାପ୍ତାହିକ ବଜାରରେ ଜଙ୍ଗଲଜାତ ଦ୍ରବ୍ୟ କିମ୍ବା ଶସ୍ୟ ବିକ୍ରୟ କରିବା ପରେ ଲୁଣ, ତେଲ କିମ୍ବା କପଡା କିଣିବାର ଏକ ମାଧ୍ୟମ ଥିଲା। ବ୍ୟାଙ୍କରେ ପ୍ରବେଶ କରିବା କିମ୍ବା ଆକାଉଣ୍ଟ ପରିଚାଳନା କରିବା ତାଙ୍କ ପାଇଁ ସାତ ସପନ ଥିଲା...

Subhadra has brought a new dawn to Banda Ghati: Tribals are now facing the bank

Subhadra has brought a new dawn to Banda Ghati: Tribals are now facing the bank

ମାଲକାନଗିରି: ଶତାବ୍ଦୀ ଧରି ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ଏକ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ବଣ୍ଡାମାନେ ଆଧୁନିକ ବ୍ୟାଙ୍କିଂ ଜଗତରୁ ବହୁ ଦୂରରେ ରହୁଥିଲେ। ସେମାନଙ୍କ ପାଇଁ ଟଙ୍କା କେବଳ ସାପ୍ତାହିକ ବଜାରରେ ଜଙ୍ଗଲଜାତ ଦ୍ରବ୍ୟ କିମ୍ବା ଶସ୍ୟ ବିକ୍ରୟ କରିବା ପରେ ଲୁଣ, ତେଲ କିମ୍ବା କପଡା କିଣିବାର ଏକ ମାଧ୍ୟମ ଥିଲା। ବ୍ୟାଙ୍କରେ ପ୍ରବେଶ କରିବା କିମ୍ବା ଆକାଉଣ୍ଟ ପରିଚାଳନା କରିବା ତାଙ୍କ ପାଇଁ ସାତ ସପନ ଥିଲା।

କିନ୍ତୁ ଏବେ ସମୟ ସ୍ରୋତରେ ବଣ୍ଡା ଘାଟିର ବଣ୍ଡା ଜନଜାତିଙ୍କର ଜୀବରେ ନୂଆ ପରିବର୍ତ୍ତନ ଆସିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କର ସୁଭଦ୍ରା ଯୋଜନା ବଣ୍ଡା ଘାଟିରେ ନୂଆ ସକାଳ ଆଣିଛି। 

ସରକାରୀ ଯୋଜନାରେ ଜନସାଧାରଣଙ୍କ ସଫଳ ଯୋଗଦାନ ପାଇଁ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର(ଡିବିଟି) ଭାରତ ସରକାରଙ୍କ ଦ୍ୱାରା ୨୦୧୩ ମସିହାରେ ଆରମ୍ଭ ହୋଇଥିବା ଏକ ପ୍ରମୁଖ ସରକାରୀ ପଦକ୍ଷେପ। ଯାହା ଦ୍ବାରା ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାର ଲାଭ ଏବଂ ସବସିଡିକୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ଆରମ୍ଭ କରାଯାଇଥିଲା। ଯାହାର ଲକ୍ଷ୍ୟ ଦକ୍ଷତା, ସ୍ୱଚ୍ଛତା ବୃଦ୍ଧି କରିବା ଏବଂ ବିଳମ୍ବ ତଥା ଠକେଇକୁ ହ୍ରାସ କରିବା। 
ଡିବିଟିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି,ଇଲେକ୍ଟ୍ରୋନିକ୍ ସ୍ଥାନାନ୍ତର। ଯାହାଦ୍ବାରା ମଧ୍ୟସ୍ଥି ଏବଂ ଲାଭ ପ୍ରବାହର ସ୍ତରକୁ ହ୍ରାସ କରି, ଇଲେକ୍ଟ୍ରୋନିକ୍ ଭାବରେ ଲାଭକୁ ହିତାଧିକାରୀଙ୍କୁ ହସ୍ତାନ୍ତର କରିବା।

ଏହା ସହିତ ଦେୟ ଏବଂ ସୁବିଧାର ସମୟସୀମା ପ୍ରଦାନ ସୁନିଶ୍ଚିତ କରିବା। ହିତାଧିକାରୀମାନଙ୍କୁ ସଠିକ୍ ଭାବରେ ଟାର୍ଗେଟ କରିବା ଏବଂ ନିଶ୍ଚିତ କରାଇବା ଯେ, ପାଣ୍ଠି ଉଦ୍ଦିଷ୍ଟ ପ୍ରାପ୍ତକର୍ତ୍ତାଙ୍କ ପାଖରେ ପହଞ୍ଚିଛି।  ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ସ୍ଥାନାନ୍ତର କରି ଲାଭର ଚୋରି ଏବଂ ଦୋହରା ପ୍ରକ୍ରିୟାକୁ ରୋକିବା ଡିବିଟିର ମୁଖ୍ୟ ଉଦ୍ଦେଶ୍ୟ। 

ଆଧାର ସିଡିଂ ଜରିଆରେ ହିତାଧିକାରୀଙ୍କ ପରିଚୟକୁ ବୈଧ କରିବା ଏବଂ ଉପଯୁକ୍ତ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ହିତାଧିକାରୀଙ୍କ ଆକାଉଣ୍ଟଗୁଡ଼ିକୁ ସେମାନଙ୍କର ଆଧାର ନମ୍ବର ସହିତ ଯୋଡ଼ା ଯାଇଥାଏ। 

ଡିବିଟି ସୁଫଳ ଏବେ ବଣ୍ଡା ଘାଟିର ବାସିନ୍ଦାଙ୍କ ଉପଲବ୍ଧି କରିପାରିଛନ୍ତି। ସେମାନେ ଆପଣା ଛାଏଁ ବ୍ୟାଙ୍କ ସହିତ ଯୋଡ଼ି ହୋଇ ଯାଇଛନ୍ତି। ଫଳରେ ବଣ୍ଡା ଘାଟିରେ ଡିଜିଟାଲ ସାକ୍ଷରତା ବୃଦ୍ଧି ପାରବା ସହିତ ବଣ୍ଡା ଜନଜାତିଙ୍କର ଆର୍ଥିକ ସୁରକ୍ଷା ବଢ଼ିବାରେ ଲାଗିଛି।

ଖଇରାପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ପାହାଡ଼ରେ ଏବେ ପୁରୁଣା ଚିତ୍ର ବଦଳିବାରେ ଲାଗିଛି। ଆଜି, ଅନେକ ବଣ୍ଡା ପୁରୁଷ ଏବଂ ମହିଳା ଖଇରାପୁଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖାରେ ପହଞ୍ଚିବା ପାଇଁ ମାଇଲ ମାଇଲ ପାହାଡ଼ ପଥ ଦେଇ ଚାଲି ଚାଲି ଆସୁଛନ୍ତି। ହାତରେ ପାସବୁକ୍ ଧରି, ସେମାନେ ସେମାନଙ୍କର ରୋଜଗାର ଜମା କରୁଛନ୍ତି ଏବଂ ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଜମା ହୋଇଥିବା ସରକାରୀ ସହାୟତା ଉଠାଉଛନ୍ତି।

ପୂର୍ବରୁ କେବେ ବ୍ୟାଙ୍କର ଭିତର ଦେଖି ନଥିବା ବଣ୍ଡା ଜନଜାତି ନିଜ ଟଙ୍କା ସଞ୍ଚୟ କରୁଛନ୍ତି। ଏହା ସହିତ ଆବଶ୍ୟକ ହେଲେ ଉଠାଇ ପାରୁଛନ୍ତି। ଏନେଇ ବଣ୍ଡା ମହିଳା ସମା ବଡନାୟକ କୁହନ୍ତି, ଆଦିବାସୀମାନଙ୍କ ପାଇଁ, ବ୍ୟାଙ୍କିଂ କେବଳ ଟଙ୍କାର ବିଷୟ ନୁହେଁ ବରଂ ମର୍ଯ୍ୟାଦାର ଏକ  ବିଷୟ। ବଣ୍ଡା ମହିଳା ମୁସ୍କାନ କିରସାନି କୁହନ୍ତି, ପୂର୍ବରୁ ମୁଁ ମୋର ରୋଜଗାର ଘରେ ରଖୁଥିଲି। କେତେବେଳେ ଟଙ୍କା ମୋ ଅଜାଣତରେ ଖର୍ଚ୍ଚ ହେଉ ଯାଉଥିଲା ମୁଁ ଜାଣି ପାରୁ ନଥିଲି। ଏବେ ମୋ ହାତରେ ଏକ ପାସବୁକ୍ ଅଛି। ମୁଁ ଅନୁଭବ କରୁଛି ଯେ, ମୋର ସଞ୍ଚୟ ବ୍ୟାଙ୍କରେ ସୁରକ୍ଷିତ ଅଛି।  

ଏସବିଆଇ ଖଇରାପୁଟର ଶାଖା ପରିଚାଳକ ନାସିରୁଦ୍ଦୀନ ଅହମ୍ମଦଙ୍କ ଅନୁଯାୟୀ, ପ୍ରାୟ ୯୦୦ ବଣ୍ଡା ଜନଜାତିର ଲୋକେ ସଞ୍ଚୟ ଖାତା ଖୋଲିଛନ୍ତି। କିଛି ବଣ୍ଡା ଛୋଟ ବ୍ୟବସାୟ ଚଳାଇବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗଠନ କରି ଋଣ ନେଇଛନ୍ତି।

ସେମାନଙ୍କୁ ବିଭିନ୍ନ ସରକାରୀ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ଯୋଜନା ବିଷୟରେ ମଧ୍ୟ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। ସ୍ଥାନୀୟ କର୍ମୀ ଜଗନ୍ନାଥ ମାଝୀ ଏହାକୁ ଏକ ପରିବର୍ତ୍ତନର ମୁହୂର୍ତ୍ତ ବୋଲି କହିଛନ୍ତି। ପୂର୍ବରୁ, ସେମାନେ କେବେ ଜାଣି ନଥିଲେ ଯେ, ବ୍ୟାଙ୍କ କ'ଣ। ଆଜି, ସେମାନେ ସେମାନଙ୍କର ଆୟ ସଞ୍ଚୟ କରୁଛନ୍ତି ଏବଂ ସିଧାସଳଖ ସରକାରୀ ଲାଭ ଉଠାଉଛନ୍ତି। ଏବେ ସେମାନେ ଆତ୍ମବିଶ୍ୱାସର ସହିତ ନିଜର  ନ୍ୟାଯ୍ୟ ହକ୍ ଦାବି କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।

ଓଡ଼ିଶାର ସବୁଠାରୁ ପ୍ରାଚୀନ ଜନଜାତି ମଧ୍ୟରେ ଥିବା ବଣ୍ଡାମାନେ ତଳ ବଣ୍ଡା ଏବଂ ଉପର ବଣ୍ଡା ଭାବେ ଦୁଇଟି ଗୋଷ୍ଠୀରେ ବିଭକ୍ତ। । ତଳ ଗୋଷ୍ଠୀ ପାହାଡ଼ ପାଦଦେଶରେ ବାସ କରୁଥିବା ବେଳେ, ଉପର ବଣ୍ଡାମାନେ ପାହାଡ଼ ଉପରେ ଖଇରାପୁଟ ବ୍ଲକର ମୁଦୁଲିପଡ଼ା ଏବଂ ଅନ୍ଧରାହାଲ ପଞ୍ଚାୟତ ଅଧୀନରେ ୧୩୦ ବର୍ଗ କିଲୋମିଟର ପରିବ୍ୟାପ୍ତ ୩୨ଟି ଗାଁରେ ବାସ କରୁଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରର ମୋହନ ଚରଣ ମାଝୀଙ୍କ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ଯୋଗୁ ଅଧିକ ସଂଖ୍ୟକ ବଣ୍ଡା ଜନଜାତି ବ୍ୟାଙ୍କ ମୁହାଁ ହେବାରେ ଲାଗିଛନ୍ତି। ସେମାନେ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe