୧୫ ଦିନ ମଧ୍ୟରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍: ଶୁକ୍ରବାରଠାରୁ ମାଲକାନଗିରିରେ ଆରମ୍ଭ

ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ। କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବାବେଳେ ଅନ୍ୟ କେତେକଙ୍କର ଆବେଦନକୁ ରିଜେକ୍ଟ କରାଯାଇଛି...

ଅଦ୍ୟତନ ହୋଇଛି
7amnnxpa

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ।

କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବାବେଳେ ଅନ୍ୟ କେତେକଙ୍କର କୌଣସି ଜମିଜମା ଅବା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମାନଦଣ୍ଡର କୌଣସି ଅଯୋଗ୍ୟ ସ୍ଥିତି ନ ଥିଲେ ମଧ୍ୟ ସେମାନଙ୍କ ଆବେଦନକୁ ରିଜେକ୍ଟ କରାଯାଇଛି। ଏନେଇ ସାଧ‌ାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। 

ଇତିମଧ୍ୟରେ ପ୍ରଥମ ପ୍ରର୍ଯ୍ୟାୟର ତୃତୀୟ କିସ୍ତି ଆବେଦନକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିବା ନେଇ ସରକାର ସୂଚନା ଦେଇଥିଲେ ମଧ୍ୟ ବହୁ ସଂଖ୍ୟକ ଅଣ୍ଡର ପ୍ରୋସେସ୍  ଏବଂ ରିଜେକସନ୍ ସ୍ଥିତି ଜାରି ରହିଛି।

ଏହି ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର  କହିଛନ୍ତି,ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟରେ ଜାରି ରହିଥିବା ସୁଭଦ୍ରା ଯୋଜନାର ଯାଞ୍ଚ୍ ଶେଷ ହେବ।

ଯାଞ୍ଚ୍‌ରେ ରିଜେକସନ୍ ତାଲିକାର ଯାଞ୍ଚ୍ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି। କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଳାରେ ଅଧିକ ଆବେଦନ ରିଜେକସନ୍ ହୋଇଛି। ‌ଅଧିକ ଆବେଦନ ରିଜେକସନ୍ ହୋଇଥିବା ଅଞ୍ଚଳକୁ ଗୁରୁତ୍ବ ପ୍ରଦାନ କରାଯାଉଛି। ଏହି ମର୍ମରେ ଶୁକ୍ରବାରଠାରୁ ମାଲକାନଗିରିରେ ଯାଞ୍ଚ୍ ଆରମ୍ଭ ହେବ।

ଅଧିକ ପଢ଼ନ୍ତୁ: ଧାନଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ୧୦ ଏକର ଚାଷ ଜମିର ଧାନ ପୋଡ଼ି ପାଉଁଶ

କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଳାରେ ଅଧିକ ଆବେଦନ ରିଜେକସନ୍ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଆଳୁ ଦର ପୁଣି ବଢ଼ିବା ଆଶଙ୍କା: ଆଳୁ ଗାଡ଼ିକୁ ଅଟକାଇଲେ ମମତା ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe