୨୪‌ରେ ମିଳିବ ‘ସୁଭଦ୍ରା’ ଟଙ୍କା

Advertisment

ଚଳିତମାସ ୨୪ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ତୃତୀୟ ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଯିବ। ସୁନ୍ଦରଗଡ଼ରେ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଚଳିତମାସ ୨୪ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ତୃତୀୟ ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଯିବ। ସୁନ୍ଦରଗଡ଼ରେ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

subhadra

ଭୁବନେଶ୍ବର: ଚଳିତମାସ ୨୪ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ତୃତୀୟ ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଯିବ। ସୁନ୍ଦରଗଡ଼ରେ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ବିଭିନ୍ନ ତ୍ରୁଟି କାରଣରୁ ବର୍ତ୍ତମାନସୁଦ୍ଧା ୨.୬୭ଲକ୍ଷ ‘ସୁଭଦ୍ରା’ ଆବେଦନ ଖାରଜ ହୋଇଛି। ଖାରଜ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକ୍‌କୁ ପଠାଯାଇଛି। ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କରିବା ପରେ ତୃତୀୟ ପର୍ଯ୍ୟାୟରେ ହିତାଧିକାରୀ ଟଙ୍କା ପାଇପାରିବେ।

ସଂଶୋଧନ କରିବାରେ ବିଳମ୍ବ ହେଲେ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ଦିଆଯିବ। ଖାରଜ ହୋଇଥିବା ଆବେଦନକାରୀଙ୍କ ଆବେଦନର ପୁନଃ ଯାଞ୍ଚ ପାଇଁ କ୍ୟାବିନେଟ ନିଷ୍ପତ୍ତି ପରେ ଏହାର ମୋଡାଲିଟି ପ୍ରସ୍ତୁତ ହୋଇଛି। ବିଡିଓଙ୍କୁ ନୋଡାଲ ଏଜେନ୍‌ସି ଭାବେ ନିଯୁକ୍ତ କରାଯାଇଛି। ଏହାସହ ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ଗଠନ କରାଯାଇଛି। ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ଉଦ୍ୟମ କରାଯାଉଥିବା ସେ କହିଛନ୍ତି।  ଉଲ୍ଲେଖ ଯେ ‘ସୁଭଦ୍ରା’ ଯୋଜନାରେ ଦୁଇଟି ପର୍ଯ୍ୟାୟରେ ୬୦ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆସରିଛି। ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ କୋଟିଏରୁ ଅଧିକ ମହିଳାଙ୍କୁ ଟଙ୍କା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe