Advertisment

ଜଗା ହାତରେ ରାଖି ବାନ୍ଧିଲା ସୁଭଦ୍ରା

Advertisment
ଜଗା ହାତରେ ରାଖି ବାନ୍ଧିଲା ସୁଭଦ୍ରା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ମେଲୁପଡ଼ା ଗ୍ରାମର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ହାତରେ ଆଜି ତାର କୁନି ଭଉଣୀ ସୁଭଦ୍ରା ରାଖି ବାନ୍ଧିଛି। ଆଉ ଭଉଣୀକୁ ଦେଖି ଜଗା ବି ବେଶ୍ ଖୁସି। ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ବତନ୍ତ୍ର କୋଠରିରେ ଜଗାର ଚିକିତ୍ସା ଜାରି ରହିଛି। ସେଠାରେ ତାର ବାପା ଭୂୟାଁ କହଁର, ମାଆ ପୁଷ୍ପାଞ୍ଜଳି ଓ ସାନଭଉଣୀ ସୁଭଦ୍ରା ମଧ୍ୟ ରହୁଛନ୍ତି। ଉକ୍ତ କୋଠରିରେ ହିଁ ଜଗା ହାତରେ ସୁଭଦ୍ରା ରାଖି ବାନ୍ଧିଥିଲା। ସେହିପରି ଜଗା ବର୍ତ୍ତମାନ ସୁସ୍ଥ ରହିଥିବା ସହ ସ୍ବାଭାବିକ ଭାବେ ଖାଉଛି, ଖେଳୁଛି ଓ ବୁଲାବୁଲି କରୁଛି।

‘‘ଯଦି ସୁଭଦ୍ରାର ଭାଇ କାଳିଆ ମଧ୍ୟ ବଞ୍ଚିଥାନ୍ତା ତାହେଲେ ଆଜିର ଦିନରେ ବେଶ୍ ଖୁସି ହୁଅନ୍ତା। କିନ୍ତୁ ସେ ନଥିବାରୁ ବହୁତ ଦୁଃଖ ଲାଗୁଛି’’ ବୋଲି ମାଆ ପୁଷ୍ପାଞ୍ଜଳି କହିଛନ୍ତି। ସୂଚନା ଥାଉକି, ୨୦୧୭ ମସିହାରେ ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କ ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ୨୦୨୦ ନଭେମ୍ବର ମାସରେ କାଳିଆର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରଠୁ ଜଗା ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛି। ପୂର୍ବାପେକ୍ଷା ତା’ର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। କିନ୍ତୁ ଏବେ ମଧ୍ୟ ତା’ର ମୁଣ୍ଡରେ ସ୍ବତନ୍ତ୍ର ହେଲମେଟ୍ ଲାଗିଛି। ପରେ ଦ୍ବିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe