କରୋନା ଯୁଦ୍ଧରେ ଯୁବଗୋଷ୍ଠୀ: ଦେବଦୂତ ପାଲଟିଲେ ଶୁଭଶ୍ରୀ କ୍ଲବର ସଦସ୍ୟ 

Advertisment
କରୋନା ଯୁଦ୍ଧରେ ଯୁବଗୋଷ୍ଠୀ: ଦେବଦୂତ ପାଲଟିଲେ ଶୁଭଶ୍ରୀ କ୍ଲବର ସଦସ୍ୟ 

ଚାନ୍ଦବାଲି: କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷିତ ହୋଇଥିବା ବେଳେ ଅନେକ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ତଥା ଭିକାରିମାନ‌େ ଭୋକଉପାସରେ ରାସ୍ତାଘାଟରେ ବୁଲୁଛନ୍ତି। ବିଭିନ୍ନ ବଜାରରେ ହୋଟେଲ ବନ୍ଦ ହୋଇଯାଇଥିବାରୁ ଖାଦ୍ୟପେୟ ବିନା ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

ସେ ଭଳି ଏକ ଅଞ୍ଚଳ ହେଉଛି ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ଧାମରା ଆଠ ପଞ୍ଚାୟତ। ସ୍ଥାନୀୟ ପ୍ରଶାସନ ଏମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରି ନ ଥିବା ବେଳେ ଏହି ପଞ୍ଚାୟତରେ ବୁଲୁଥିବା ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ବାଂଶଡ଼ା ପଂଚାୟତ ଛେଡ଼ାକ ଗାଁ’ର ଶୁଭଶ୍ରୀ କ୍ଲବ୍‌ର ସଦସ୍ୟମାନେ।

publive-image

ନିଜ ସଂଚିତ ଅର୍ଥରେ ଦୀର୍ଘ ୧୭ ଦିନ ହେବ  ସେମାନେ ୬୦ରୁ ଊର୍ଦ୍ଧ୍ବ ନିରାଶ୍ରୟ ମାନସିକ ବିକାରଗ୍ରସ୍ତ ଲୋକ ଓ ଭିକାରୀମାନଙ୍କୁ ପାଇଁ  ଖାଦ୍ୟପେୟ ଯୋଗାଇ ଦେଉଛନ୍ତି। ସାନିଟାଇଜରରେ ସେମାନଙ୍କ ହାତ ଧୋଇଦେବା ସହ ସେମାନଙ୍କୁ ମାସ୍କ୍‌ ପିନ୍ଧାଇ ଦେଉଛନ୍ତି। ଏହାଛଡ଼ା କ୍ଲବ୍‌ର ସଦସ୍ୟ ଗଙ୍ଗାଧର ରାଉତ, ଅଜୟ କୁମାର ଦାସ, ସଦାଶିବ ସ୍ୱାଇଁ, ପ୍ରଶାନ୍ତ ରାଉତ, ରବୀନ୍ଦ୍ର ରାଉତ, ବନମାଳୀ ସାହୁ, ପୂର୍ଣ୍ଣଚନ୍ଦ୍ର ରାଉତ, ସୁଶାନ୍ତ ସ୍ୱାଇଁ  ପ୍ରମୁଖ ଗାଁଗଣ୍ଡାରେ ବୁଲି ବ୍ଲିଚିଙ୍ଗ୍ ପାଉଡର ଓ ଫିନାଇଲ୍‌ ପାଣି ପକାଇ ବିଭିନ୍ନ ସ୍ଥାନ ବିଶୋଧନ କରୁଛନ୍ତି। ଲୋକମାନଙ୍କୁ ମାସ୍କ୍‌ ମଧ୍ୟ ବାଣ୍ଟୁଛନ୍ତି।  

ଏଭଳି ମାନବୀୟ ଅଭିଯାନ ନିମନ୍ତେ ସ୍ଥାନୀୟ ଅଧିବାସୀମାନେ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe