ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ସିନ୍ ରିକ୍ରିଏସନ୍ କଲା ପୁଲିସ୍

ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ସିନ୍ ରିକ୍ରିଏସନ୍ କଲା ପୁଲିସ୍

ଭୁବନେଶ୍ବର: ଶୁଭଶ୍ରୀ ଆତ୍ମହତ୍ୟା ମାମଲାରେ ଖାରବେଳନଗର ଥାନା ପୁଲିସ୍ ସିନ୍ ରିକ୍ରିଏସନ୍ କରିଥିବା ଜଣାଯାଇଛି। ମୁଖ୍ୟ ଅଭିଯୁକ୍ତ ଚିତ୍ତରଂଜନ ଜେନା ଓରଫ ବାବୁନାଙ୍କୁ ସାଥୀରେ ନେଇ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟା ପରେ କିଭଳି ମୃତଦେହକୁ ବାହାର କରିଥିଲା ସେନେଇ ପୁଲିସକୁ ଡେମୋ ଦେଖାଇଥିଲେ। ଆଜି ଚିତ୍ତରଂଜନଙ୍କୁ କୋର୍ଟଚାଲାଣ କରାଯିବ।
ଅନ୍ୟପଟେ ଶୁଭଶ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତାଇବା ଅଭିଯୋଗରେ ବାବୁନାଙ୍କୁ ଗିରଫ କରିଥିଲା ପୁଲିସ୍। ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ବାବୁନାଙ୍କ ବିରୋଧରେ ଦଫା ୨୦୧ ମଧ୍ୟ ଲାଗୁ କରାଯାଇଛି। ଶୁଭଶ୍ରୀ ଓ ବାବୁନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ସ୍ୱାମୀ ଅନନ୍ତଙ୍କ ବନ୍ଧୁଙ୍କ ସହ ମିଳାମିଶା ନେଇ ଯୁକ୍ତି ହୋଇଥିଲା। ବାବୁନା ଶୁଭଶ୍ରୀଙ୍କୁ ମାଡ଼ ମାରିବା ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ୩୦ତାରିଖରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଥିଲା। ସେହି ଦିନ ଶୁଭଶ୍ରୀ ତାଙ୍କୁ ୭ଥର କଲ୍ କରିଥିବା ବେଳେ ବାବୁନା କୌଣସି ସମ୍ପର୍କ ରଖିବାକୁ ମନାକରି ଫୋନ୍ କାଟିଦେଇଥିଲେ। ଫଳରେ ମାନସିକ ଭାରସାମ୍ୟ ହରାଇ ଶୁଭଶ୍ରୀ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe