ଚାଷ କରି ପରିବାର ପୋଷନ୍ତି; ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଝିଅ

Advertisment
ଚାଷ କରି ପରିବାର ପୋଷନ୍ତି; ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଝିଅ

କାକଟପୁର: ଜୀବନରେ ଧର୍ଯ୍ୟ ଏବଂ ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ଆପେ ଆପେ ଆସେ। ଏହାକୁ ପ୍ରମାଣିତ କରିଛନ୍ତି ପୁରୀ ଜିଲ୍ଲା କାକଟପୁର ଉପକଣ୍ଠ ଓଥକା ଗ୍ରାମର ଶୁଭ୍ରା ପ୍ରିୟଦର୍ଶିନୀ ଦାସ। ସଦ୍ୟ ପ୍ରକାଶିତ ହୋଇଥିବା ଦଶମ ବୋର୍ଡ ପରୀକ୍ଷାରେ ସେ  ଏ୧ ଗ୍ରେଡରେ କୃତକାର୍ଯ୍ୟ ହୋଇ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅନେକ ବାଧାବିଘ୍ନ ପରେବି ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।

publive-image

ସୁଭ୍ରା ସର୍ବମୋଟ ୫୪୨ ନମ୍ୱର ରଖିଛନ୍ତି। ତାଙ୍କ ବାପା ଜୟରାମ ଦାସ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି ସେହିପାରି ତାଙ୍କ ମା ଜଣେ ଗୃହିଣୀ। ତାଙ୍କ ଭବିଷ୍ୟତର ଲକ୍ଷ୍ୟ ଜଣେ ପ୍ରଶାସନିକ ଅଧିକାରୀ ହୋଇ ଲୋକମାନଙ୍କ ସେବା କରିବା। ବିଦ୍ୟାଳୟ ରୂପାନ୍ତରଣ ମଧ୍ୟ ତାଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଛି। ଇ ପାଠାଗାରରେ ସେ ଅନେକ ବିଷୟରେ ତଥ୍ୟ ହାସଲ କରିପାରିଥାନ୍ତି। ଏବେ ତାଙ୍କର ଏହି ସଫଳତା ସମସ୍ତଂକ ମଧ୍ୟରେ ଖୁସିର ମାହୋଲ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe