ଚିତ୍ରଡ଼ା: ମୋରଡ଼ା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ଶେଖର ମହାନ୍ତ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ରାଜ୍ୟ ଶିଶୁ ସୁରକ୍ଷା ସଂସ୍ଥା ଦ୍ୱାରା ଆୟୋଜିତ ଏହି ଚିତ୍ରକଳା ପ୍ରତିଯୋଗିତା ବାରିପଦା ଭଞ୍ଜପୁର ହାଇସ୍କୁଲରେ ଅନୁଷ୍ଠିତ ହୋଇଥିଲା।
ଉକ୍ତ ପ୍ରତିଯୋଗିତାର ସାଧାରଣ ବର୍ଗରେ ଅଂଶଗ୍ରହଣ କରି ‘ଜଳ ହିଁ ଜୀବନ’ ଶୀର୍ଷକ ଚିତ୍ରାଙ୍କନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶୁଭ୍ରାଂଶୁ। ସେ ଜିଲ୍ଲାପାଳଙ୍କଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି। ଏହି ସଫଳତା ପାଇଁ ଶୁଭ୍ରାଂଶୁଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ମନୋରଞ୍ଜନ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।
Follow Us