ସରିଲା ପ୍ରାର୍ଥିପତ୍ର ଦାଖଲ: ନାମାଙ୍କନ ଭରିଲେ ୨.୨୯ ଲକ୍ଷ

ଶେଷଦିନରେ ୯୪ ହଜାରରୁ ଅଧିକ ପ୍ରାର୍ଥିପତ୍ର

ସରିଲା ପ୍ରାର୍ଥିପତ୍ର ଦାଖଲ: ନାମାଙ୍କନ ଭରିଲେ ୨.୨୯ ଲକ୍ଷ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ପାଞ୍ଚ ଦିନରେ ମୋଟ୍‌ ୨ ଲକ୍ଷ ୨୯ ହଜାର ୦୬୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଜ୍ୟର ପଞ୍ଚାୟତ ନିର୍ବାଚନରେ ଏହା ସର୍ବକାଳୀନ ରେକର୍ଡ। ଆଜି ଶେଷଦିନରେ ୯୪ ହଜାରରୁ ଅଧିକ ପ୍ରାର୍ଥିପତ୍ର ଦାଖଲ ହୋଇଛି। ୨୨ ତାରିଖରେ ପ୍ରାର୍ଥିପତ୍ରଗୁଡ଼ିକ ଯାଞ୍ଚ୍‌ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ‌୨୫ ତାରିଖ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ନିର୍ବାଚନ କମିସନ୍‌ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୫ ଦିନରେ ୱାର୍ଡମେମ୍ବର ପାଇଁ ୧,୬୨,୨୯୭ ଜଣ, ସରପଞ୍ଚ ପାଇଁ ୩୪,୬୧୩ ଜଣ, ପଞ୍ଚାୟତ ସମିତି ସଦସ୍ୟ ପାଇଁ ୨୮,୧୫୩ ଜଣ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ୩୯୯୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ଶେଷ ଦିନରେ ସର୍ବାଧିକ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ଆଜି ୱାର୍ଡମେମ୍ବର ପାଇଁ ୬୫,୮୨୮ ଜଣ, ସରପଞ୍ଚ ପାଇଁ ୧୪,୦୭୪ ଜଣ, ପଞ୍ଚାୟତ ସମିତି ସଦସ୍ୟ ପାଇଁ ୧୨,୫୧୨ ଜଣ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ୨୧୯୧ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe