ଝାରସୁଗୁଡ଼ା ଉପନିର୍ବାଚନ: ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ନାମାଙ୍କନ ଦାଖଲ

Advertisment
ଝାରସୁଗୁଡ଼ା ଉପନିର୍ବାଚନ: ବିଜେପି ପ୍ରାର୍ଥୀ ଟଙ୍କଧରଙ୍କ ନାମାଙ୍କନ ଦାଖଲ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସୋମବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଥମେ ବାବା ଝାଡ଼େଶ୍ବରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନମୋହନ ଏମ୍‌ଇ ସ୍କୁଲ ପଡ଼ିଆ‌ରୁ ବରିଷ୍ଠ ବିଜେପି ନେତାଙ୍କ ସହ ବାହାରି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଶୋଭାଯାତ୍ରାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସମୀର ମହାନ୍ତି, କନକବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଧାୟକ ଭବାନୀ ଶଙ୍କର ଭୋଇ, ନାଉରୀ ନାୟକ, ଶଙ୍କର ଓରାମ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

୨ ସେଟ୍‌ ନାମାଙ୍କନପତ୍ର ଦାଖଲ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ତ୍ରିପାଠୀ କହିଲେ, ଏହି ନାମାଙ୍କନରେ ସେ ନିମିତ୍ତ ମାତ୍ର । ଗତ ୨୪ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାପ୍ରତି ଅନ୍ୟାୟ ହୋଇ ଆସିଥିବା ବେଳେ ଚଳିତ ଉପନିର୍ବାଚନରେ ସାଧାରଣ ଜନତାଙ୍କ ପ୍ରତିନିଧି ଭାବରେ ସେ ନାମାଙ୍କନ ପାଇଁ ଆସିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ୍‌ କହିଲେ, ଭାରତୀୟ ଜନତା ପାର୍ଟି ଏହି ଉପନିର୍ବାଚନ ଶତ ପ୍ରତିଶତ ଜିତିବାଟା ସୁନିଶ୍ଚିତ। ନବ ଦାସ ହତ୍ୟାକାଣ୍ଡକୁ ମନେ ପକାଇ ସେ କହିଲେ, ଯେଉଁ ଦଳ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିନି, ସେହି ଦଳ ନିର୍ବାଚନ ଲଢ଼ିବାର ନୈତିକତା ହରାଇ ସାରିଛି। ପ୍ରଚଣ୍ଡ ଖରା ସତ୍ତ୍ବେ ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହେବା ହିଁ ସବୁକିଛି ବୟାନ କରୁଛି ବୋଲି ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe