ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ସୁବ୍ରମଣ୍ୟନ ସ୍ୱାମୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ସଂପର୍କରେ ଆଲୋଚନା

Advertisment
ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ସୁବ୍ରମଣ୍ୟନ ସ୍ୱାମୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ସଂପର୍କରେ ଆଲୋଚନା

ପୁରୀ: ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ ସ୍ୱାମୀ ପୁରୀ ଗୋବର୍ଦ୍ଧନ ପୀଠରେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସପରିବାର ସାକ୍ଷାତ କରିଛନ୍ତି। ଏହି ସମୟରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଉପୁଜିଥିବା ବିବାଦ ସଂପର୍କରେ ଆଲୋଚନା କରିଛନ୍ତି।
ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ ସ୍ୱାମୀ ଗଣମାଧ୍ୟକୁ କହିଛନ୍ତି, ପରିକ୍ରମା ପ୍ରକଳ୍ପ ନେଇ ବିବାଦ ବିଷୟରେ ମୁଁ ଜାଣିଛି, ଶୁଣିଛି। ବିଜୁ଼ ବାବୁ ମୋର ଘନିଷ୍ଠ ମିତ୍ର ଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୋର ଭଲ ସଂପର୍କ, ଏ ସଂପର୍କରେ ନବୀନଙ୍କ ସହ କଥା ହେବି, ତାଙ୍କୁ ପଚାରିବି।

publive-image
ଶଙ୍କାରାଚାର୍ଯ୍ୟଙ୍କୁ କେରଳ ଆସିବାକୁ ଆମନ୍ତ୍ରଣ କରିବାକୁ ପୁରୀ ଆସିଥିଲେ ବୋଲି ବି କହିଛନ୍ତି ସୁବ୍ରମଣ୍ୟନ ସ୍ୱାମୀ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ମଠ, ମନ୍ଦିର ଧର୍ମାଚାର୍ଯ୍ୟଙ୍କ ଦ୍ୱାରା ସଞ୍ଚାଳିତ ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe