କ୍ୟାନ୍ସର ହସ୍‌ପିଟାଲର ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁବ୍ରତ ବାଗ୍‌ଚୀ

କ୍ୟାନ୍ସର ହସ୍‌ପିଟାଲର ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି ସୁବ୍ରତ ବାଗ୍‌ଚୀ ।  ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ। ସୁବ୍ରତ ବାଗ୍‌ଚୀଙ୍କ ସମେତ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠାତା ଡ଼ ଶ୍ରୀନାଥଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ ସତ୍ତ୍ୱେ କାମ ଚାଲିଛି। ଲୋକଙ୍କୁ ତାଲିମ ଦିଆଯାଉଛି। ୨୦୨୩ ରଥଯାତ୍ରା ସମୟରେ କ୍ୟାନ୍ସର ହସ୍ପିଟାଲରେ ରୋଗୀ ଦେଖିବା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କ୍ୟାନ୍ସରର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଉକ୍ତ ହସ୍ପିଟାଲରେ ଉପଲବ୍ଧ ହେବ। କ୍ୟାନ୍ସର ହସ୍ପିଟାଲ ସମେତ ପାଲିଏଟିଭ କେୟାର ୟୁନିଟ ମଧ୍ୟ ନିର୍ମାଣ କରାଯାଉଛି। ଶେଷ ଜୀବନରେ କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ଏହି କେୟାର ୟୁନିଟରେ ଚିକିତ୍ସା ପ୍ରଦାନ କରାଯିବ।

୧୦୦ ଶଯ୍ୟା ବିଶିଷ୍ଟ ଏହି ପାଲିଏଟିଭ କେୟାର ୟୁନିଟ ନିର୍ମାଣ କରାଯାଉଛି। କରୁଣାଶ୍ରୟ ସଂସ୍ଥା ପକ୍ଷରୁ ଏହି ୟୁନିଟର କାମ ଆରମ୍ଭ ହୋଇଛି। ଏହା ପୂର୍ବରୁ ଭୁବନେଶ୍ୱର ଏବଂ କଟକରେ ଘରକୁ ଘର ବୁଲି କର୍କଟର ଶେଷ ସମୟରେ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପ୍ରଦାନ କରାଯାଉଥିବା କହିଛନ୍ତି ସୁବ୍ରତ ବାଗ୍‌ଚୀ । ସେହିପରି ରାଜ୍ୟରେ ଏକ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲର ଆବଶ୍ୟକତା ରହିଛି। ଏହାର ନିର୍ମାଣ ଆରମ୍ଭ ହୋଇଛି। ଖୁବଶୀଘ୍ର ଶେଷ ହେବ। ବିଶ୍ୱର ବୃହତ ହସ୍ପିଟାଲରେ ମିଳୁଥିବା ସମସ୍ତ ସୁବିଧା ଏଠାରେ ଉପଲବ୍ଧ ହେବ। ଲୋକଙ୍କୁ ଉକୃଷ୍ଟ ଚିକିତ୍ସା ସେବା ଯୋଗାଇଦେବା ଆମର ଲକ୍ଷ୍ୟ ଥିବା ଡ଼ ଶ୍ରୀନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe