କରୋନା ନେଇ ଗୁଜବ ପ୍ରଚାରକୁ ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରାଯିବା ସହ କଠୋର ଦଣ୍ଡ ବିଧାନ କରାଯିବ: ସୁବ୍ରତ ବାଗଚୀ

Advertisment
କରୋନା ନେଇ ଗୁଜବ ପ୍ରଚାରକୁ ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରାଯିବା ସହ କଠୋର ଦଣ୍ଡ ବିଧାନ କରାଯିବ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କୁ ସାବଧାନ କରିଛନ୍ତି ରାଜ୍ୟ ସରକାର । ଯଦି କେହି ଗୁଜବ ପ୍ରଚାର କରନ୍ତି, ତେବେ ଏହାକୁ ସରକାର ରାଷ୍ଟ୍ରଦ୍ରୋହ ଭଳି ଅପରାଧ ବିବେଚନା କରିବା ସହ ତଦନୁସାରେ ଦଣ୍ଡିତ କରବେ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ନିରାପଦରେ ରଖିବାକୁ ଚାହୁଁଥିବା ବେଳେ ଗୁଜବ ପ୍ରଚାର ଏକ ନିନ୍ଦନୀୟ କାର୍ଯ୍ୟ। ଏପରି କାର୍ଯ୍ୟରେ ଲିପ୍ତ ଲୋକଙ୍କୁ କରୋର ଦଣ୍ଡ ଦିଆଯିବ।  ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗୀତଗୋବିନ୍ଦ ସଦନରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ରାଜ୍ୟରେ କରୋନା ନେଇ କିଛି ଅସାମାଜିକ ବ୍ୟକ୍ତି ଗୁଜବ ପ୍ରଚାର କରୁଛନ୍ତି, ଏଭଳି ବ୍ୟକ୍ତିମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ ।

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଦେଶ, ସମାଜ ଓ ରାଜ୍ୟ ଯେତେବେଳେ ଦୁର୍ଦ୍ଦିନରେ ଗତି କରୁଛି, ସେହିଭଳି ଏକ ସମୟରେ କିଛି ଅସମାଜିକ ବ୍ୟକ୍ତି ଗୁଜବ ସୃଷ୍ଟି କରୁଛନ୍ତି । ଆଜି ଭୁବନେଶ୍ବରର ଏକ ଶିକ୍ଷାନୁଷ୍ଠାନ ସଂପର୍କରେ ଗୁଜବ ରଟନା କରାଯାଇଛି।  ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୫ ଜଣ ବୋଲି ପ୍ରଚାର ହେଉଛି । ତେଣୁ ଏଭଳି ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କରୋନା ଭାଇରସ ଆଗରେ ଧନୀ-ଗରିବ, ଉଚ୍ଚ-ନୀଚ ଓ ଜାତି-ଧର୍ମ ଭେଦଭାବ ନାହିଁ ।  ଯେକୌଣସି ବ୍ୟକ୍ତିଙ୍କୁ ସଂକ୍ରମଣ ହୋଇପାରେ ବୋଲି ଶ୍ରୀ ବାଗଚୀ କହିଛନ୍ତି । ଉଦାହରଣ ମାଧ୍ୟମରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ପ୍ରିନ୍ସ ଚାଲ୍ସ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୁଙ୍କ ନାମ ନେଇଥିଲେ । ତେଣୁ ଆମ ପାଇଁ ଆଗାମୀ ଦୁଇ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ସମୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe