ଏବେ ଓଡ଼ିଶାରେ ସମୂହ ସଂକ୍ରମଣର ଆଶଙ୍କା କରାଯାଉଛି: ସୁବ୍ରତ ବାଗ୍‌ଚୀ

Advertisment

ବିଧାନସଭା କୋଠାକୁ ଡିସ୍‌ଇନ୍‌ଫେକ୍ସନ୍‌ କରିବାକୁ ନିର୍ଦେଶ

ବିଧାନସଭା କୋଠାକୁ ଡିସ୍‌ଇନ୍‌ଫେକ୍ସନ୍‌ କରିବାକୁ ନିର୍ଦେଶ

ଏବେ ଓଡ଼ିଶାରେ ସମୂହ ସଂକ୍ରମଣର ଆଶଙ୍କା କରାଯାଉଛି: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: ସରକାରଙ୍କ କୋଭିଡ୍-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ଏବେ ଓଡ଼ିଶାରେ ସମୂହ ସଂକ୍ରମଣର ଆଶଙ୍କା କରାଯାଉଛି । ଓଡ଼ିଶା କୋଭିଡ୍-୧୯ର ଦ୍ବିତୀୟ ଷ୍ଟେଜରୁ ତୃତୀୟ ଷ୍ଟେଜକୁ ଯିବାର ଆଶଙ୍କା ଦେଖା ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି,‘ଆଗାମୀ ୨ରୁ ୩ ସପ୍ତାହ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ, ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ ।’

publive-image
ପୂବର୍ରୁ ବିଦେଶରୁ ଆସୁଥିବା ଲୋକଙ୍କଠାରୁ ସଂକ୍ରମଣ ହେଉଥିଲା, ହେଲେ ଏବେ ଦିଲ୍ଲୀ ଓ ହରିଆଣାରୁ ଆସୁଥିବା ଲୋକଙ୍କଠାରୁ ସଂକ୍ରମଣର ଆଶଙ୍କା ଅଧିକ ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ଓଡ଼ିଶାରେ କରୋନାରେ ଆକ୍ରାନ୍ତ ହୋଇଥିବା ତୃତୀୟ ବ୍ୟକ୍ତି ଜଣଙ୍କ ସଂପର୍କରେ ସେ କହିଛନ୍ତି ,‘ ୧୬ ମାର୍ଚ୍ଚରେ ବିଧାନସଭା ପରିସରକୁ ଆସିଥିଲେ । ଏହାପରେ୨୧ ତାରିଖରେ ରାଜ୍ୟର ତୃତୀୟ କରୋନା ପଜିଟିଭ୍ କର କ୍ଲିନିକକୁ ଆସିଥିଲେ । ୨୩ ତାରିଖରେ କର କ୍ଲିନିକରେ ତାଙ୍କୁ ଆଡମିଟ୍ କରାଯାଇଥିଲା । ୨୪ ତାରିଖରେ ସେ ଡିସଚାର୍ଯ ହୋଇଥିଲେ । ୨୫ ତାରିଖ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କାଲି ରାତିରେ ସେ ପଜିଟିଭ୍ ବୋଲି ଜଣାପଡିଥିଲେ । କାହା କାହା ସଂସ୍ପର୍ଶରେ ସେ ଆସିଛନ୍ତି ଆମେ ଅନୁସନ୍ଧାନ କରୁଛୁ । ଝିଅ , ସ୍ତ୍ରୀ ଓ ଗାଡ଼ି ଚାଳକଙ୍କୁ ଆଇସୋଲେସନରେ ରଖାଯାଇଛି । ’

ଅନ୍ୟ ଏକ ଘଟଣାକ୍ରମେ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଗତକାଲି ରାତିରେ ଜାଣିବାକୁ ମିଳିଲା ଯେ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଛି। ତା’ସହିତ ବିଧାନସଭା କୋଠାକୁ ଡିସ୍‌ଇନ୍‌ଫେକ୍ସନ୍‌ କରିବାକୁ ନିର୍ଦେଶ ଦିଆଯାଇଛି।

publive-image image source-entranceindia

ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ବିଧାନସଭା ବସିବାକୁ ସେ ନିର୍ଦେଶ ଦେଇଛନ୍ତି। ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ। ତେଣୁ ସବୁ ଦଳର ନେତାଙ୍କୁ ସେମାନଙ୍କର ୩୦ ପ୍ରତିଶତ ବିଧାୟକଙ୍କୁ ବିଧାନସଭାକୁ ନେଇକି ଆସିବାକୁ କୁହାଯାଇଛି। ବିଧାୟକମାନଙ୍କୁ ନ ଅଟକାଇବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜଣାଇ ଦିଆଯାଇଥିବା ନେଇ କୁହାଯାଇଛି ବୋଲି ବାଚସ୍ପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe