ସୁବ୍ରତ ବାଗ୍‌ଚିଙ୍କ ଚୌଦ୍ବାର ଜେଲ୍‌ ପରିଦର୍ଶନ

ସୁବ୍ରତ ବାଗ୍‌ଚିଙ୍କ ଚୌଦ୍ବାର ଜେଲ୍‌ ପରିଦର୍ଶନ

ଚୌଦ୍ବାର : ଜେଲ୍‌ରେ ସଜା କାଟୁଥିବା କଏଦୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି, ଜେଲ ଡି.ଜି. ମନୋଜ ଛାବ୍ରା, ଡି.ଆଇଜି. ଶୁଭକାନ୍ତ ମିଶ୍ର ପ୍ରମୁଖ ଚୌଦ୍ବାର ଜେଲ ପରିଦର୍ଶନ କରି ଜେଲର କଏଦୀ ମାନଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଜଣେ କଏଦୀ ଜେଲରୁ ମୁକୁଳିବା ପରେ ନିଜ ତଥା ପରିବାରର ଭରଣପୋଷଣ ପାଇଁ ଅର୍ଥ ଉପାର୍ଜନ ପାଇଁ ଦରକାର ହେଉଥିବା ଦକ୍ଷତା ବୃଦ୍ଧି ଦିଗରେ ଜେଲରେ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି। କଏଦୀ ମାନଙ୍କ ନିଜସ୍ବ ପ୍ରତିଭା ଓ ଆଗ୍ରହକୁ ଦେଖି ସେମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇ ସ୍ବାବଲମ୍ବି କରିବାରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବାଗଚି ପ୍ରକାଶ କରିଥିଲେ। ଚୌଦ୍ବାର ଜେଲ ଓଡ଼ିଶାର ବୃହତ୍ତମ ଜେଲ ହୋଇଥିବାରୁ ଏହାର ଭିତ୍ତିଭୂମିକୁ ଅନୁଧ୍ୟାନ କରି ବିଭିନ୍ନ ଦକ୍ଷତା ବିକାଶ ବୈଷୟିକ ତାଲିମ ଶାଖାମାନ ଖୋଲାଯାଇ କଏଦୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଚୌଦ୍ବାର ଜେଲ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ୍ତ ବେହେରା, ଜେଲର ବିଭୁଦେନ୍ଦୁ ଭୁୟାଁ, ସ୍ଥାନୀୟ ତହସିଲଦାର ଅଜୟ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe