ଛତିଶଗଡ‌: ସୁବ୍ରତ ସାହୁଙ୍କୁ ମୁଖ୍ୟ ସଚିବ ଦାୟିତ୍ବ

Advertisment
ଛତିଶଗଡ‌: ସୁବ୍ରତ ସାହୁଙ୍କୁ ମୁଖ୍ୟ ସଚିବ ଦାୟିତ୍ବ

ଭୁବନେଶ୍ବର : ୧୯୯୨ ବ୍ୟାଚ୍‌ର ଛତିଶଗଡ଼ କ୍ୟାଡର୍‌ର ଓଡ଼ିଆ ଆଇଏଏସ୍‌ ଅଫିସର୍ ସୁବ୍ରତ ସାହୁ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ସେଠାକାର ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ଶ୍ରୀ ସାହୁଙ୍କୁ ଛତିଶଗଡ଼ ସରକାର ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଛନ୍ତି। ଏବେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଉଛନ୍ତି। ଏହା ସହ ଗୃହ ଓ ଜେଲ ପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି, ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି। ପୂର୍ବରୁ ସେ ଛତିଶଗଡ଼ର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଦକ୍ଷତାର ସହିତ ନିର୍ବାଚନ ପରିଚାଳନା କରି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ଶ୍ରୀ ସାହୁ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ପୁତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe