ଶ୍ରୀଜଗନ୍ନାଥଙ୍କ ଅଣସର ସଂପର୍କରେ ଜାଣିଥିବା ଓଡ଼ିଆଙ୍କ ଲାଗି ନୂଆ ନୁହେଁ ‘ସଙ୍ଗରୋଧ’

ଶ୍ରୀଜଗନ୍ନାଥଙ୍କ ଅଣସର ସଂପର୍କରେ ଜାଣିଥିବା ଓଡ଼ିଆଙ୍କ ଲାଗି ନୂଆ ନୁହେଁ ‘ସଙ୍ଗରୋଧ’

ଭୁବନେଶ୍ବର: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ୧୪ଦିନିଆ ସଙ୍ଗରୋଧ ବା କ୍ବାରରେଣ୍ଟାଇନ୍ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ତେବେ ଏହା ଆଦୌ ଆମ ପାଇଁ ନୂଆ କଥା ନୁହେଁ। କାରଣ ଏଭଳି ଏକ କଥା ଆମର ଧାର୍ମିକ ପରମ୍ପରା ସହ କାହିଁ କେତେ କାଳରୁ ଜଡ଼ିତ ହୋଇ ରହିଛି। ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନ‌ାଥ ସ୍ନାନଯାତ୍ରା ଦିନ  ସ୍ନାନବେଦୀରେ ସ୍ନାନ କରିବା ସହ ସମସ୍ତଙ୍କୁ ଦର୍ଶନ ଦେବା ପରେ ଜ୍ବରରେ ପୀଡ଼ିତ ହୁଅନ୍ତି। ଆଉ ତା’ ପରେ ଶ୍ରୀଜିଉ ଅଣସରକୁ ଚାଲିଆଯାଆନ୍ତି। ଆଉ ୧୪ଦିନ ଧରି ଶ୍ରୀଜିଉଙ୍କର ଦର୍ଶନ ହୁଏ ନାହିଁ। ଏହି ୧୪ ଦିନ ମଧ୍ୟରେ ତାଙ୍କର ଚିକିତ୍ସା ହୁଏ। ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲେପନ କରାଯାଏ।  ପରେ ପୁଣି ଶ୍ରୀଜିଉ ସୁସ୍ଥ ହୋଇ ଭକ୍ତଙ୍କ ଗହଣକୁ ଆସନ୍ତି। ପ୍ରାୟ ଅଧିକାଂଶ ଓଡ଼ିଆ ଶ୍ରୀଜଗନ୍ନାଥଙ୍କ ଏହି ପରମ୍ପରା ସଂପର୍କରେ ଜାଣନ୍ତି।

publive-image

ଏହି କାରଣରୁ ଓଡ଼ିଆମାନଙ୍କ ଲାଗି ୧୪ଦିନିଆ ସଙ୍ଗରୋଧ ଆଦୌ ନୂଆ କଥା ନୁହେଁ ବୋଲି ଆଜି କରୋନା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସ୍ବେଚ୍ଛାକୃତ ସଙ୍ଗରୋଧ ପ୍ରସଙ୍ଗ ଉଠାଇ ଏହା କିଭଳି ମହାମାରୀ କରୋନାକୁ ରୋକିବାରେ ଏହା  ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ  ତାହା ବର୍ଣ୍ଣନା କରିଥିଲେ। ଏଥିସହ ‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ପଞ୍ଜୀକରଣ କରାଇବା ପ୍ରସଙ୍ଗ ମଧ୍ୟ ଉ‌ଲ୍ଲେଖ କରିଥିଲେ। ବିଦେଶ ଫେରନ୍ତାମାନଙ୍କର ସଙ୍ଗରୋଧ ମାଧ୍ୟମରେ ଓଡ଼ିଶାରୁ କରୋନାକୁ ଦୂରେଇ ରଖିହେବ ବୋଲି ସେ ପ୍ରକାଶ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଗରୋଧ ଓ ସାମାଜିକ ଦୂରତ୍ବ କିଭଳି ଭାବେ କରୋନା ଭାଇରସ ସଂକ୍ରମଣର ବେଗ ଓ ବ୍ୟାପ୍ତିକୁ ହ୍ରାସ କରିଥାଏ, ତାହା ଏକ ପାୱାର  ପଏଣ୍ଟ୍ ପ୍ରେଜେଣ୍ଟସନ ମାଧ୍ୟମରେ ଉପସ୍ଥାପନ କରିଥିଲେ ସୂଚନା ଓ ଲୋକସଂପର୍କ ସଚିବ ସଞ୍ଜୟ ସିଂ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe