Success for ILS, IIT Bhubaneswar: ଆଇଏଲ୍‌ଏସ୍‌, ଆଇଆଇଟି ଭୁବନେଶ୍ବରକୁ ସଫଳତା: ଯକ୍ଷ୍ମା ପାଇଁ ଆସିବ ନୂଆ ଟିକା, ମୂଷାଙ୍କଠାରେ ସଫଳ

ଯକ୍ଷ୍ମା ରୋଗୀଙ୍କ ପାଇଁ ଭଲ ଖବର। ଓଡ଼ିଶାରେ ଅବସ୍ଥାପିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ଓ ଆଇଆଇଟି ଭୁବନେଶ୍ବରର ବୈଜ୍ଞାନିକମାନେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଏଚ୍‌ଏସ୍‌ପି ୧୬.୩ଡିସି୪ ଟିକା ବିକଶିତ କରିଛନ୍ତି।

fshfshfshfsfsh

ଭୁବନେଶ୍ବର: ଯକ୍ଷ୍ମା ରୋଗୀଙ୍କ ପାଇଁ ଭଲ ଖବର। ଓଡ଼ିଶାରେ ଅବସ୍ଥାପିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ଓ ଆଇଆଇଟି ଭୁବନେଶ୍ବରର ବୈଜ୍ଞାନିକମାନେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଏଚ୍‌ଏସ୍‌ପି ୧୬.୩ଡିସି୪ ଟିକା ବିକଶିତ କରିଛନ୍ତି। ଏହି ଟିକାର ଫର୍ମୁଲାକୁ ଆଜି ମୁମ୍ବାଇସ୍ଥିତ ଟେକ୍‌ଇନ୍‌ଭେନ୍‌ସନ୍‌ ଲାଇଫ୍‌କେୟାର ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ମୂଷାଙ୍କ ଶରୀରରେ ଏହି ଟିକାର ପ୍ରୟୋଗ ସଫଳ ହୋଇଥିବା ବେଳେ ଆଗକୁ ମାନବ ପରୀକ୍ଷଣ ଆରମ୍ଭ ହେବ। ଖୁବ୍‌ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି।

ସଂକ୍ରାମକ ରୋଗ ଯକ୍ଷ୍ମା ବିଶ୍ବରେ ବିଗତ ୪ହଜାର ବର୍ଷ ଧରି ରହିଛି। ବିଶ୍ବବ୍ୟାପୀ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏଥିରେ ସଂକ୍ରମିତ ହେଉଥିବା ବେଳେ ଗତବର୍ଷ ୧୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ୨୦୩୦ ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ପାଇଁ ଲକ୍ଷ୍ୟ ରହିଛି। ଯକ୍ଷ୍ମାଠାରୁ ସୁରକ୍ଷା ପାଇଁ ଏବେ ବି ଶହେ ବର୍ଷ ପୂର୍ବରୁ ଉଦ୍ଭାବନ ହେଇଥିବା ବିସିଜି ଟିକା ଦିଆଯାଉଛି। ଶିଶୁଙ୍କୁ ଏହା ସୀମିତ ସୁରକ୍ଷା ଦେଉଥିବା ବେଳେ କିଶୋର କିମ୍ବା ବୟସ୍କଙ୍କ ପାଇଁ ଫଳପ୍ରଦ ହେଉନାହିଁ। ଏଭଳି ପରିସ୍ଥିତିରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ନୂଆ ଟିକାର ଆବଶ୍ୟକତା ରହିଥିଲା। ଆଇଆଇଟି ଭୁବନେଶ୍ବରର ପ୍ରଫେସର ଆଶିଷ ବିଶ୍ବାସ ଓ ଆଇଏଲ୍‌ଏସ୍‌ ଭୁବନେଶ୍ବରର ଡା.ସୁନୀଲ କୁମାର ରାଘବ ଏହି ନୂଆ ଟିକା ବିକଶିତ କରିଛନ୍ତି। ଏହି ଟିକା ବିସିଜି ଟିକା ତୁଳନାରେ ଅଧିକ ଫଳପ୍ରଦ। ଜାତୀୟ ଗବେଷଣା ବିକାଶ ନିଗମ(ଏନ୍‌ଆରଡିସି) ପକ୍ଷରୁ ଏହି ବୈଷୟିକ ଜ୍ଞାନକୌଶଳର ସମୀକ୍ଷା କରାଯିବା ପରେ ଲାଇସେନ୍‌ସ ପାଇଁ ସଂସ୍ଥା ଚୟନ କରିବାରେ ସହାୟତା ପ୍ରଦାନ କରାଯାଇଛି। ଟିକାର ଫର୍ମୁଲା ହସ୍ତାନ୍ତର ପାଇଁ ଆଜି ଆଇଏଲ୍‌ଏସ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

Special Train: ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ନୂଆ - ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ

ଆଇଏଲ୍‌ଏସ୍‌, ଆଇଆଇଟି, ଏନ୍‌ଆର୍‌ଡିସି ଓ ଟେକ୍‌ଇନ୍‌ଭେନ୍‌ ଲାଇଫ୍‌କେୟାର ସଂସ୍ଥା ସହ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆଇଏଲ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ ଯକ୍ଷ୍ମାମୁକ୍ତ ପାଇଁ ବିସିଜି ଟିକା ଦିଆଯାଉଥିବା ବେଳେ ଏହାର ସବ୍‌ ୟୁନିଟ୍‌ ଭାବେ ନୂତନଭାବେ ବିକଶିତ ଟିକାକୁ ଦିଆଗଲେ ଏହା ଅଧିକ ଫଳପ୍ରଦ ହେବ। ମାନବୀୟ ପରୀକ୍ଷଣ ପରୀକ୍ଷାଗାରରେ ସମ୍ଭବ ନୁହେଁ। ଏଥିପାଇଁ ଟିକା ପ୍ରସ୍ତୁତକାରୀ ସଂସ୍ଥାମାନଙ୍କ ସହ ସହାୟତା ଲୋଡ଼ା। ଏହି କାର୍ଯ୍ୟକ୍ରମରେ ଆଇଆଲଏସ୍‌ର ନିର୍ଦ୍ଦେଶକ ଡା.ଦେବାଶିଷ ଦାଶ, ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର, ଡିନ୍‌(ଆର୍‌ ଆଣ୍ଡ୍‌ ଆଇସି) ପ୍ରଫେସର ଦିନକର ପାସ୍‌ଲା, ଏନ୍‌ଆର୍‌ଡିସିର ବରିଷ୍ଠ ଆଞ୍ଚଳିକ ମହାପ୍ରବନ୍ଧକ ଓ ମୁଖ୍ୟ(ଆଉଟରିଚ୍ ଅଫିସ) ଡା.ବି.କେ ସାହୁ, ଟେକ୍‌ଇନ୍‌ଭେନ୍‌ସନ୍‌ ଲାଇଫ୍‌କେୟାରର ନିର୍ଦ୍ଦେଶକ ତଥା ସିଇଓ ସୟଦ ଏସ୍‌ ଅହମଦ, ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡା.ସୁନୀଲ ରାଘବ, ଆଇଆଇଟି ଭୁବନେଶ୍ବରର ସ୍କୁଲ୍‌ ‌ଅଫ୍‌ ବେସିକ୍‌ ସାଇନ୍‌ସର ପ୍ରଫେସର ଡା.ଆଶିଷ ବିଶ୍ବାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe