ଯକ୍ଷ୍ମା ବିରୋଧରେ ଲଢ଼େଇ ପରେ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ସଫଳତା

Advertisment
ଯକ୍ଷ୍ମା ବିରୋଧରେ ଲଢ଼େଇ ପରେ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ସଫଳତା

ପର୍ଜଙ୍ଗ : ଦିନେ ଯକ୍ଷ୍ମାରେ ଆକ୍ରାନ୍ତ ଥିଲେ। କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ବାସ ଫଳରେ ସେ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି। ଆଜି ପ୍ରକାଶ ପାଇଥିବା ଏହି ପରୀକ୍ଷା ଫଳରେ ୭୬ ରୢାଙ୍କରେ ରହି ପର୍ଜଙ୍ଗ ବ୍ଲକ୍‌ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଅଞ୍ଚଳ ଲାଗି ଗୌରବ ଆଣିଛନ୍ତି। ସେ ହେଲେ ଗାଁ ର ରବି ସେଠୀ ଓ ବାସନ୍ତୀ ସେଠୀଙ୍କ ସାନ ପୁଅ  ମୁନା ସେଠୀ (୨୭)। ନିଜ ଆର୍ଥିକ ଅଭାବ ଦୂର କରିବା ପାଇଁ ଟିଉସନ୍ ବି କରୁଥିଲେ।

ସେ ତାଙ୍କ ପ୍ରତିକ୍ରିୟା‌ରେ କହିଛନ୍ତି, ଶିକ୍ଷା ମଣିଷକୁ ପରିବର୍ତ୍ତନ କରିଦେଇଥାଏ। ପ୍ରତ୍ୟେକ ଛାତ୍ରଛାତ୍ରୀ, ଅଭିଭାବକ ଶିକ୍ଷାକୁ ଗୁରୁତ୍ୱ ଦେବା ଉଚିତ। ସିଭିଲ୍ ସର୍ଭିସ୍‌ ପାଇଁ ତିନିଥର ଚେଷ୍ଟା କରି ବିଫଳ ହୋଇଥିଲେ ମଧ୍ୟ ହାର ମାନି ନ ଥିଲେ। ଚତୁର୍ଥ ଥରରେ ସେ ସଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe