ଜୟପୁର ଧାନ ଗବେଷଣା ପ୍ରତିଷ୍ଠାନର ସଫଳତା: ସୃଷ୍ଟି କଲେ ୬ ନୂଆ ଦେଶୀ ବିହନ

Advertisment

ନୂତନ ବିହନ ସୃଷ୍ଟି କ୍ଷେତ୍ରରେ ଜୟପୁର ଧାନ ଗବେଷଣା ପ୍ରତିଷ୍ଠାନକୁ ମିଳିଛି ସଫଳତା। ଚଳିତ ବର୍ଷ ୬ଟି ଦେଶୀ ବିହନ ସୃଷ୍ଟି କରାଯାଇଛି। ସେ ଗୁଡ଼ିକ ହେଲା କଳିଙ୍ଗ ୧୨୦୩, କଳିଙ୍ଗ ୧୨୦୫, ସରିଆ, ଚନ୍ଦ୍ରଗିରି, ମହେନ୍ଦ୍ରଗିରି ଓ କୋଲାବ।

ନୂତନ ବିହନ ସୃଷ୍ଟି କ୍ଷେତ୍ରରେ ଜୟପୁର ଧାନ ଗବେଷଣା ପ୍ରତିଷ୍ଠାନକୁ ମିଳିଛି ସଫଳତା। ଚଳିତ ବର୍ଷ ୬ଟି ଦେଶୀ ବିହନ ସୃଷ୍ଟି କରାଯାଇଛି। ସେ ଗୁଡ଼ିକ ହେଲା କଳିଙ୍ଗ ୧୨୦୩, କଳିଙ୍ଗ ୧୨୦୫, ସରିଆ, ଚନ୍ଦ୍ରଗିରି, ମହେନ୍ଦ୍ରଗିରି ଓ କୋଲାବ।

gggdjjgd

ଜୟପୁର: ନୂତନ ବିହନ ସୃଷ୍ଟି କ୍ଷେତ୍ରରେ ଜୟପୁର ଧାନ ଗବେଷଣା ପ୍ରତିଷ୍ଠାନକୁ ମିଳିଛି ସଫଳତା। ଚଳିତ ବର୍ଷ ୬ଟି ଦେଶୀ ବିହନ ସୃଷ୍ଟି କରାଯାଇଛି। ସେ ଗୁଡ଼ିକ ହେଲା କଳିଙ୍ଗ ୧୨୦୩, କଳିଙ୍ଗ ୧୨୦୫, ସରିଆ, ଚନ୍ଦ୍ରଗିରି, ମହେନ୍ଦ୍ରଗିରି ଓ କୋଲାବ। ଏଥିରୁ ୪ ପ୍ରକାର ବିହନ ରାଜ୍ୟବାସୀଙ୍କ ପାଇଁ ରହିଥିବା ବେଳେ ୨ ପ୍ରକାର ବିହନ କୋଲାବ ଓ କଳିଙ୍ଗ ୧୨୦୫ ପଡ଼ୋଶୀ ରାଜ୍ୟ ପାଇଁ ରହିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚାଷ କ୍ଷେତ୍ରରେ ପଡ଼ୁଥିବାରୁ ବିପର୍ଯ୍ୟୟ ସହିବା ଭଳି ବିହନ ପ୍ରସ୍ତୁତ କରିଛି ଜୟପୁର ଧାନ ଗବେଷଣା କେନ୍ଦ୍ର। 

ଜୟପୁର ଧାନ ଗବେଷଣା କେନ୍ଦ୍ର ଅଧୀନରେ ରହିଛି ୬୦୦ ପ୍ରକାରର ଦେଶୀ ଧାନ ବିହନ। ସମସ୍ତ ବିହନର ସଂରକ୍ଷଣ ପାଇଁ ପ୍ରତି ବର୍ଷ ଗୋଟିଏ ସ୍ଥାନରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଛି ଚାଷ। ପରେ ଏହାକୁ ଅମଳ କରି ସାଇତି ରଖାଯାଏ। କେଉଁଠି ହଳଦିଆ ତ କେଉଁଠି ସବୁଜ ରଙ୍ଗର ଧାନ କ୍ଷେତରେ ହସୁଛି। ଧାନର କିସମ ଜାଣିବା ପାଇଁ ବାଉଁଶ କାଠରେ ଲେଖାଯାଇଛି ନମ୍ବର ଓ ନାମ। ସମ୍ପୂର୍ଣ୍ଣ ରୂପେ ଜୈବିକ ପଦ୍ଧତିରେ କରାଯାଇଥିବା ଏହି ଚାଷର ରକ୍ଷଣାବେକ୍ଷଣ ଦିଗରେ କାମ କରୁଛନ୍ତି ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ। କୌଣସି ଧାନଗଛ ସହ ଅନ୍ୟ କୌଣସି ଗଛ ନ ମିଶିବା, କେଣ୍ଡା ଅଲଗା କରିବା, ବାଳୁଙ୍ଗା ବାଛିବା, ଅନାବନା ଘାସ କ୍ଷେତ ପରିସରରୁ ବାହାର କରିବା, ଧାନ ପାଚିବା ପରେ ଅମଳ ଓ ସଂରକ୍ଷଣ ଦିଗରେ ଏହି କର୍ମଚାରୀ କାମ କରୁଛନ୍ତି। ଗୋଟିଏ ପ୍ରକାର ନୂଆ ଧାନ ବିହନ ସୃଷ୍ଟି କରି ଚାଷୀଙ୍କ ପାଖରେ ପହଞ୍ଚିବା ପାଇଁ ୮ବର୍ଷ ସମୟ ଲାଗିଥାଏ। ଚଳିତ ବର୍ଷ ପ୍ରସ୍ତୁତ ହୋଇଥିବା ୬ ପ୍ରକାର ବିହନ ଖୁବ୍‌ଶୀଘ୍ର ଚାଷୀଙ୍କ ନିକଟରେ ପହଞ୍ଚିବ। 

୧୯୩୬ ମସିହାରେ ଜୟପୁର ମହାରାଜାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା ଜୟପୁର ଧାନ ଗବେଷଣା ପ୍ରତିଷ୍ଠାନ। ପ୍ରତିଷ୍ଠାନରେ ସଂରକ୍ଷିତ ଥିବା ଧାନ କିସମ ରାଜାଙ୍କ ଅମଳର। ଯାହାକୁ ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରୁ ସଂଗ୍ରହ କରାଯାଇଛି।  କଳାଜିରା, କର୍ପୁରକାନ୍ତି, ନଡ଼ିଆ ରାଶି, ଖୁସାକାନି, ମିଟିମିଟା, ମାଛକଣ୍ଟା, ଚଟିଆନାକି, ଉମୁରିଆଚୁଡ଼ି ଏପରି ବିଭିନ୍ନ ପ୍ରଜାତିର ଧାନ ଏଠାରେ ଅଛି। ଦୁଇଟି କିସମର ଧାନ ବିହନକୁ  ନେଇ ଗୋଟିଏ ଧାନ ବିହନ କରାଯାଉଛି। ଅନେକ ପରୀକ୍ଷା ପରେ ଗୋଟିଏ ନୂଆ ପ୍ରକାରର ଧାନ ବାହାରୁଛି। ଧାନର ଉତ୍ପତ୍ତିସ୍ଥଳ କୋରାପୁଟ ହୋଇଥିବା ବେଳେ ଜୟପୁର ହେଉଛି ଏହାର ପେଣ୍ଠସ୍ଥଳୀ। ପାହାଡ଼ିଆ ଅଞ୍ଚଳ ଯୋଗୁଁ ଧାନ ଉପରେ କ୍ରମାଗତ ଭାବେ ଗବେଷଣା ଚାଲିଛି। କେଣ୍ଡା ସଂଗ୍ରହ ପରେ ବିଭିନ୍ନ ପଦ୍ଧତିରେ ପରୀକ୍ଷା ନିରୀକ୍ଷା କରାଯାଇ ବିହନକୁ ସଂରକ୍ଷଣ କରାଯାଇଥାଏ। ୧୯୩୬ ମସିହାରୁ ଏହି ପ୍ରତିଷ୍ଠାନ ବିହନ ସଂରକ୍ଷଣ ଉପରେ କାମ କରୁଥିବା କହିଛନ୍ତି କୃଷି ବୈଜ୍ଞାନିକ ମିହିର ରଞ୍ଜନ ମହାନ୍ତି। ୧୯୪୬ ମସିହାରେ ଏହି ପ୍ରତିଷ୍ଠାନ ରାଜ୍ୟ ସରକାରଙ୍କ ଅଧୀନକୁ ଆସିଥିଲା। ୧୯୬୩ରେ ଓୟୁଏଟି ଅଧୀନକୁ ଆସିବା ପରେ ଧାନର ବିକାଶ ପାଇଁ କାମ କରି ଆସୁଛି। ୬୦୦ ଦେଶୀ ବିହନ ସମେତ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ କିସମର ବିହନ ଏହି ପ୍ରତିଷ୍ଠାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe