ନୟାଗଡ଼ ଜିଲ୍ଲା ପୁଲିସର ସଫଳତା: ୧୯୨ ନିଖୋଜ ଉଦ୍ଧାର, ନିଖୋଜଙ୍କ ମଧ୍ୟରେ ଥିଲେ ୧୫ ନାବାଳିକା

ପୁଲିସ ବନାମ ପୁଲିସ : ଗୃହରକ୍ଷୀ ବିଦା, ବଦଳିଲେ ମହିଳା ଏଏସଆଇ

Image Courtesy of Times of India

ନୟାଗଡ଼: ରାଜ୍ୟ ପୁଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ବର୍ଷବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର ପଦ‌କ୍ଷେପ ନିଆଯାଇଛି। ଏନେଇ ପୂର୍ବରୁ ତନାଘନା ଜାରି ରହିଥିବା ବେଳେ, ଗତ ୧୩ ତାରିଖରୁ ୨୦ ତାରିଖ ମଧ୍ୟରେ ଜିଲ୍ଲାର ୧୯୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ପରିବାରଙ୍କ ନିକଟରେ ଛଡ଼ାଯାଇଛି। ରାଜ୍ୟରେ ନୟାଗଡ଼ ଜିଲ୍ଲାର ସର୍ବାଧିକ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ଏସ୍‌ଡିପିଓ ସ୍ନେହାଶିଷ ସାହୁ କହିଛନ୍ତି, ଏସ୍‌ପି ରାହୁଲ ଜୈନଙ୍କ ନେତୃତ୍ବରେ ଏହି ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଜିଲ୍ଲା ପୁଲିସ ପ୍ରଶାସନର ପ୍ରେସ୍ ରିଲିଜ୍ ମୁତାବକ, ଉଦ୍ଧାର ହୋଇଥିବା ୧୯୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୧୪୭ ଜଣ ମହିଳା, ପୁରୁଷ ୩୦, ନାବାଳିକା ୧୫ ଓ ଜ‌ଣେ ନାବାଳକ ରହିଛନ୍ତି।

ଜିଲ୍ଲାରେ ସର୍ବାଧିକ ୪୮ ଜଣଙ୍କୁ ଖଣ୍ଡପଡ଼ା ଥାନାରେ ରୁଜୁ ମାମଲାରେ ଉଦ୍ଧାର କରାଯାଇଛି। ଓଡ଼ଗାଁ ୩୧, ଫତେଗଡ଼ ୨୦, ନୟାଗଡ଼ ସଦର ୧୮, ରଣପୁର ୧୫, ଗଣିଆ ୧୪, ଚାନ୍ଦପୁର ୧୩, ନୂଆଗାଁ ୧୨, ଦଶପଲ୍ଲା ୯, ଶରଣକୁଳ ୭, ନୟାଗଡ଼ ଟାଉନ୍‌ ଥାନା ୪, ବାଣିଗୋଚ୍ଛା ଥାନାରେ ରୁଜୁ ମାମଲାରୁ ୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ବିଭିନ୍ନ କାରଣରୁ ଘର ଛାଡ଼ିଥିବା ବ୍ୟକ୍ତି ରହିଥିବା ବେଳେ, ଅପହୃତ ହୋଇଥିବା ବ୍ୟକ୍ତି ମଧ୍ୟ ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଅପହରଣ କରି ବିବାହ କରିଥିବା ଲୋକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe