୨୦୨୨ରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗର ସଫଳତା

Advertisment
୨୦୨୨ରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗର ସଫଳତା

Justdial

ଭୁବନେଶ୍ବର : ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍‌ସି)ଙ୍କ ଦ୍ୱାରା ୨୦୨୨ବର୍ଷରେ ୫୩ଟି ନିଯୁକ୍ତି ବିଜ୍ଞାପନର ଫଳାଫଳ ଚୂଡ଼ାନ୍ତ ହୋଇ ପ୍ରକାଶିତ ହୋଇଛି। ଏଥି ମଧ୍ୟରେ ୨୦୧୬ ବର୍ଷର ୬ଟି ନିଯୁକ୍ତି ବିଜ୍ଞାପନ, ୨୦୧୭ର ୮ଟି, ୨୦୧୮ର ୨ଟି, ୨୦୧୯ର ୧୬ଟି, ୨୦୨୦ର ୩ଟି, ୨୦୨୧ର ୧୪ଟି ଏବଂ ୨୦୨୨ରେ ୨ଟି ନିଯୁକ୍ତି ବିଜ୍ଞାପନ ରହିଛି।

ଓଏସ୍ଏସ୍‌ସି ପକ୍ଷରୁ ପ୍ରକାଶିତ ବିବରଣୀରୁ ଜଣାପଡ଼ିଛି ଯେ ୨୦୨୨ ଅଗଷ୍ଟ ପରଠାରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କମ୍ପ୍ୟୁଟର୍‌ଭିତ୍ତିକ ପ୍ରାଥମିକ ପରୀକ୍ଷା କରାଯାଉଛି। ପୂର୍ବରୁ ଏହା କେବଳ ପାଞ୍ଚ-ଛଅଟି ଜିଲ୍ଲାରେ କରାଯାଉଥିଲା। ଏଥିସହ ପୂର୍ବରୁ ଏହି ନିଯୁକ୍ତି ପାଇଁ ବିଜ୍ଞାପନ ଓ ପରୀକ୍ଷା କେବଳ ଇଂରାଜୀ ଭାଷାରେ ହେଉଥିବା ବେଳେ ଏବେ ଓଡ଼ିଆରେ ମଧ୍ୟ ହେବ। ଆବେଦନକାରୀମାନଙ୍କଠାରୁ ଓଡ଼ିଆ କିମ୍ବା ଇଂରାଜୀରେ ପରୀକ୍ଷା ପାଇଁ ବିକଳ୍ପ ନିଆଯାଉଛି ଏବଂ ସେହି ଅନୁସାରେ ୨୦୨୩ ଜାନୁଆରିରୁ ପ୍ରାର୍ଥୀ ତାଙ୍କର ଇଚ୍ଛା ଅନୁଯାୟୀ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ପରୀକ୍ଷା ଦେଇପାରିବେ। ସେହିପରି ୨୦୨୨ ଅଗଷ୍ଟ କିମ୍ବା ପରବର୍ତ୍ତୀ ସମୟରେ ଯେଉଁ ସବୁ ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା, ସେସବୁ ପରୀକ୍ଷାରେ ପ୍ରାର୍ଥୀମାନଙ୍କର ନମ୍ବର ତାଙ୍କ ବ୍ୟକ୍ତିଗତ ଅନ୍‌ଲାଇନ୍‌ ଆକାଉଣ୍ଟ ମାଧ୍ୟମରେ ପଠାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ୨୦୨୩ରେ ସମସ୍ତ କମ୍ପ୍ୟୁଟର ଆଧାରିତ ମୁଖ୍ୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରରେ ଜାମର୍ ଲଗାଯିବା ପାଇଁ ଓଏସ୍ଏସ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe