ସଫଳ ଚାଷୀ ସରପଞ୍ଚ ରତ୍ନୀ, ଚାଷ ସହ ଧରିଛନ୍ତି ପଞ୍ଚାୟତ କୋଭିଡ ପରିଚାଳନାର ମଙ୍ଗ

Advertisment
ସଫଳ ଚାଷୀ ସରପଞ୍ଚ ରତ୍ନୀ, ଚାଷ ସହ ଧରିଛନ୍ତି ପଞ୍ଚାୟତ କୋଭିଡ ପରିଚାଳନାର ମଙ୍ଗ

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ବିଶ୍ରା ବ୍ଲକ ବିଶ୍ରା ପଞ୍ଚାୟତର ମହିଳା ସରପଞ୍ଚ ରତ୍ନୀ ପୂର୍ତ୍ତି। ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ l ସେ କେବଳ ଜଣେ ମହିଳା ସରପଞ୍ଚ ନୁହନ୍ତି, ସଫଳ ଚାଷୀ ମଧ୍ୟ। ମହିଳା ହେଲେ ମଧ୍ୟ ପୁରୁଷ ଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି। ନିଜର ନିଷ୍ଠାପର ପରିଶ୍ରମ, ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁଁ ବିଶ୍ରା ଅଞ୍ଚଳରେ ସୃଷ୍ଟି କରି ପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ସାଉଁଣ୍ଟିଛନ୍ତି ଅନେକ ପ୍ରଶଂସା।

ସକାଳ ହେଲେ ମୁଣ୍ଡରେ ଠେକା ବାନ୍ଧି ଟ୍ରାକ୍ଟର ଧରି ବାହାରି ଯାଆନ୍ତି କ୍ଷେତକୁ। ନିଜ ସ୍ବାମୀଙ୍କ ସହ ମିଶି କ୍ଷେତରେ ହଳ କରନ୍ତି। ପାଣି ମଡାନ୍ତି। ନିଜର ପରିଶ୍ରମ ବଳରେ ଏକର ଏକର ଜମିରେ ଫଳାଇ ପାରିଛନ୍ତି ସୁନାର ଫସଲ। ପ୍ରତିବର୍ଷ ନିଜ ଜମିରୁ ଉତ୍ପାଦନ କରୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ଭେଣ୍ଡି, ପୋଟଳ, ଟମୋଟା, ବାଇଗଣ, କୋବି, କଲରା ଆଦି ପନି ପରିବା । ପନିପରିବାକୁ ଚାଷକୁ ଯେତିକି ଗୁରୁତ୍ବ ଦିଅନ୍ତି ଧାନ ଚାଷ ମଧ୍ୟ ସେହି ଅନୁସାରେ ଗୁରୁତ୍ବ ଦିଅନ୍ତି। ଧାନ ରୁହିବା, କାଟିବା, ବୋହିବା ଆଦି ସମସ୍ତ କାମ କରନ୍ତି। ଗୋଟିଏ ପଟେ ଚାଷ ଓ ଅନ୍ୟ ପଟେ ପଞ୍ଚାୟତର ସମସ୍ତ କାମକୁ ସଫଳତାର ତୁଲାଇଥାନ୍ତି । ଏଥିପାଇଁ ତାଙ୍କୁ ଦୈନନ୍ଦିନ କଠିନ ପରିଶ୍ରମ କରିବାକୁ ପଡିଥାଏ। ତଥାପି କାମରେ କେବେ ପଛଘୁଞ୍ଚା ଦେଇ ନାହାନ୍ତି।

publive-image

ଭୋର ୪ଟା ବାଜିଲେ ବାହାରି ଯାଆନ୍ତି କ୍ଷେତକୁ। ସକାଳୁ ଦିନ ୧୦ଟା ପର୍ଯ୍ୟନ୍ତ କାମ କରନ୍ତି। ୧୦ଟା ପରେ ଘରକୁ ଫେରି ବାହାରି ଯାଆନ୍ତି ପଞ୍ଚାୟତ ଅଫିସ୍‌କୁ। ପଞ୍ଚାୟତ ଲୋକଙ୍କ ଭଲ ମନ୍ଦ କଥା ବୁଝନ୍ତି। ଗାଁକୁ ଗାଁ ବୁଲି ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ବାଣ୍ଟନ୍ତି। କାହାକୁ ମାସ୍କ ତ ଅନ୍ୟ କାହାକୁ ସାନିଟାଇଜ୍‌ର ବଣ୍ଟନ କରନ୍ତି। ହୋମ୍‌ ଆଇସୋଲେସନ୍‌ରେ ରହିଥିବା ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକ୍ରାନ୍ତରେ ପଚାରି ବୁଝନ୍ତି। ଆବଶ୍ୟକ ପଡିଲେ ଔଷଧ ଖାଇିବାକୁ ଦିଅନ୍ତି। ନିଜ ହାତରେ ନେଇଥିବା ଥମ୍ରାଲ ସ୍କ୍ରିଂ, ଅକ୍ସି ମିଟରରେ ସ୍ବାସ୍ଥ୍ୟ ଯାଞ୍ଚ କରିନ୍ତି। ଅକ୍ସିଜେନ୍‌ ସ୍ତର ଦେଖନ୍ତି। ନିଜେ ଯାଆନ୍ତି ନାହିଁ ବରଂ ସାଥୀରେ ମେଡିକାଲ ଟିମ୍‌ ଧରି ଡୋର ଟୁ ଡୋର ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରନ୍ତି।

କେବଳ ଏତିକି ନୁହେଁ ଲୋକଙ୍କୁ ଠିକ୍‌ ଭାବେ ସରକାରୀ ସହାୟତା ମିଳୁଛି ନାହିଁ ତଦାରଖ କରନ୍ତି। ପଞ୍ଚାୟତରେ କରୋନା ସଂକ୍ରମଣ ରୋକିବାକୁ ସହ କର୍ମୀମାନଙ୍କୁ ଅହରହ ପରିଶ୍ରମ କରୁଛନ୍ତି। ଏଥିସହ ସେ ଗ୍ରାମର ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି। ପଞ୍ଚାୟତରେ ବସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି। ପଞ୍ଚାୟତକୁ ଆସୁଥିବା ସରକାରୀ ଅର୍ଥ ଠିକ୍‌ ଭାବେ ବିନିଯୋଗ ହେଉଛି କି ନାହିଁ ? ଦାୟିତ୍ବରେ ଥିବା କର୍ମଚାରୀ ଠିକ୍‌ ଭାବେ କାମ କରୁଛନ୍ତି କି ନାହିଁ ତାହା ମଧ୍ୟ ତଦାରଖ କରନ୍ତି। ରତ୍ନୀଙ୍କ ପାଇଁ ଏହା ଏକ ନୂଆ କଥା ନୁହେଁ, ସରପଞ୍ଚ ହେବା ପୂର୍ବରୁ ବର୍ଷ ବର୍ଷ ଧରି କ୍ଷେତରେ ଚାଷ କରୁଥିଲେ। ସରପଞ୍ଚ ହେବା ପରେ ମଧ୍ୟ ନିଜର ବେଉସାକୁ ଛାଡି ନାହାନ୍ତି। ସେ ଚାଷ, ପରିବାର ଓ ପଞ୍ଚାୟତ ସମସ୍ୟାକୁ ସମାନ ନଜରରେ ଦେଖୁଛନ୍ତି। ରତ୍ନୀ କୁହନ୍ତି, ମହିଳା ପୁରୁଷଙ୍କ ତୁଳନାରେ କୌଣସି ଗୁଣରେ କମ୍‌ ନୁହନ୍ତି। କଠିନ ପରିଶ୍ରମ କଲେ ଅସମ୍ଭବ କାମକୁ ସମ୍ଭବ କରି ହେବ ନିଶ୍ଚିତ, ଏଥିରେ ଦ୍ବିମତ ନାହିଁ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe