ବାଲେଶ୍ବର/ଚାନ୍ଦିପୁର : ବାଲେଶ୍ବର ଚାନ୍ଦିପୁରଠାରେ ଥିବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଅର୍ଗାନାଇଜେସନ୍(ଡିଆର୍ଡିଓ) ପକ୍ଷରୁ ଗତକାଲି ଦିନ ୧୨ଟା ବେଳେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର୍)ର ୩ ନଂ ଲଞ୍ଚପ୍ୟାଡ୍ରୁ ମାନବରହିତ ବିମାନ ‘ଅଭ୍ୟାସ’ର ସଫଳ ପରୀକ୍ଷଣ କରାଯାଇଛି। ଏହା ଅତି କ୍ଷିପ୍ର ବେଗରେ ଆକାଶ ମାର୍ଗରେ ଲକ୍ଷ୍ୟସ୍ଥଳକୁ ଭେଦ କରିଥାଏ। ବିଭିନ୍ନ ରାଡାର ଓ ଇଲେକ୍ଟ୍ରୋ ଅପ୍ଟିକ୍ ସିଷ୍ଟମ୍ ଦ୍ବାରା ଏହା ପରିଚାଳିତ ହୋଇ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଭାବେ କାର୍ଯ୍ୟ କରିଥାଏ। ଛୋଟ ଗ୍ୟାସ୍ ଟରବାଇନ୍ ଇଞ୍ଜିନ ଦ୍ବାରା ପରିଚାଳିତ ‘ଅଭ୍ୟାସ’ ଭାରତୀୟ ଜ୍ଞାନକୌଶଳରେ ଏମ୍ଇଏମ୍ଏସ୍ ନାଭିଗେସନ୍ ସିଷ୍ଟମ୍ ଦ୍ବାରା ପରିଚାଳିତ।
ମାନବରହିତ ବିମାନ ‘ଅଭ୍ୟାସ’ର ସଫଳ ପରୀକ୍ଷଣ
Advertisment
Follow Us