‌ରେଳରୁ ଅଗ୍ନି-ପ୍ରାଇମ୍ ମିସାଇଲ୍‌ର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଏକ ଅଭୂତପୂର୍ବ ସଫଳତା ମିଳିଛି। ପ୍ରଥମଥର ପାଇଁ ରେଳରୁ ଅଗ୍ନି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି। ଜଳ, ସ୍ଥଳ ଓ ଆକାଶ ପରେ ରେଳରୁ ଏକ ଘାତକ ‌କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ବଳଶାଳୀ କରିଛି।

agni

ବାଲେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଏକ ଅଭୂତପୂର୍ବ ସଫଳତା ମିଳିଛି। ପ୍ରଥମଥର ପାଇଁ ରେଳରୁ ଅଗ୍ନି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି। ଜଳ, ସ୍ଥଳ ଓ ଆକାଶ ପରେ ରେଳରୁ ଏକ ଘାତକ ‌କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ବଳଶାଳୀ କରିଛି। ଡିଆର୍‌ଡିଓ, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ୍‌ର ମିଳିତ ସହଯୋଗରେ ରେଳ ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ ମଧ୍ୟମ ରେଞ୍ଜ ଅଗ୍ନି-ପ୍ରାଇମ୍ ମିସାଇଲ୍‌ର ସଫଳ ଉତ୍‌କ୍ଷେପଣ ହୋଇଛି। ଏହି ମିସାଇଲ୍‌ ୨ ହଜାର କିଲୋମିଟର ଅତିକ୍ରମ କରିପାରିବ। ଏହି ‌‌କ୍ଷେପଣାସ୍ତ୍ର ପୂର୍ବ ପ୍ରସ୍ତୁତି ବିନା ରେଳ ନେଟ୍‌ୱର୍କରେ ଗତି କରିବାର କ୍ଷମତା ରଖିଛି। ଏହାର ସଫଳ ଉତ୍‌କ୍ଷେପଣ ପରେ ଭବିଷ୍ୟତରେ ରେଳ ଆଧାରିତ ପ୍ରଣାଳୀକୁ ସେବାରେ ସାମିଲ କରିବାକୁ ସକ୍ଷମ କରାଯାଇପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe